ଓଡିଶା

odisha

ETV Bharat / city

ବିଛାଖଣ୍ଡି ପାହାଡରେ ବେଆଇନ ଖଣି ଖନନ, ତଦନ୍ତ କରିବ ଭିଜିଲାନ୍ସ - vigilance orders Lokayukta to investigate

ଧର୍ମଶାଳା ବ୍ଲକର ବିଛାଖଣ୍ଡି ପାହାଡରେ ଚାଲିଥିବା ବେଆଇନ ଖଣି ଖନନର ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସକୁ ଲୋକାଯୁକ୍ତଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ବିଛାଖଣ୍ଡି ପାହାଡରେ ବେଆଇନ ଖଣି ଖନନ, ଭିଜିଲାନ୍ସକୁ ଲୋକୟୁକ୍ତଙ୍କୁ ତଦନ୍ତ ନିର୍ଦେଶ
ବିଛାଖଣ୍ଡି ପାହାଡରେ ବେଆଇନ ଖଣି ଖନନ, ଭିଜିଲାନ୍ସକୁ ଲୋକୟୁକ୍ତଙ୍କୁ ତଦନ୍ତ ନିର୍ଦେଶ

By

Published : Apr 17, 2021, 7:18 PM IST

ଭୁବନେଶ୍ବର: ବିଛାଖଣ୍ଡି ପାହାଡରେ ବେଆଇନ ଖଣି ଖନନ। ଏହାର ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସକୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ । ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଅଭିଯୋଗକୁ ଆଧାର କରି ଲୋକାଯୁକ୍ତ ଏହି ନିର୍ଦ୍ଦେଶ ଦେଇଛନ୍ତି । ବେହୁରା ଅଭିଯୋଗ କରିଥିଲେ ଯେ , ବିଛାଖଣ୍ଡି ପାହାଡରେ ପ୍ରଶାସନ ସହାୟତାରେ ଖଣି ମାଫିଆ ମାନେ ବିନା ଲିଜ୍ ରେ କୋଟି କୋଟି ଟଙ୍କାର ଖଣିଜ ପଥର ଲୁଟ କରି ଚାଲିଛନ୍ତି ।

ବିଛାଖଣ୍ଡି ପାହାଡରେ ବେଆଇନ ଖଣି ଖନନ

ଖଣିଜ ପଥରର ଲୁଟ ଯୋଗୁଁ ସେ ଅଞ୍ଚଚଳରେ ପରିବେଶ ନଷ୍ଟ ସହ ଲୋକଙ୍କ ଧନଜୀବନ ନଷ୍ଟ ହେଉଛି । ଏହା ଦ୍ୱାରା କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଛି । ଏଣୁ ବେଆଇନ ଖଣି ଉତ୍ତୋଳନ ବନ୍ଦ କରିବା ସହିତ ଏହି ଖଣି ଚୋରିରେ ସଂପୃକ୍ତ ଅଧିକାରୀ ଓ ଖଣି ମାଫିଆଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲୋକାଯୁକ୍ତଙ୍କ ନିକଟରେ ଦାବି କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଏହି ବେଆଇନ ଖଣି ଉତ୍ତୋଳନ ବିରୁଦ୍ଧରେ ଅଭିଯୋଗ ଯୋଗୁଁ ତାଙ୍କ ଜୀବନ ପ୍ରତି ବିପଦ ଥିବାର ସେ କହିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ବୋମାମାଡ଼ କରାଯାଇ ହତ୍ୟାକରିବାର ଷଡ଼ଯନ୍ତ୍ର ହୋଇଥିଲା ।

ଯାଜପୁର କଲେକ୍ଟର ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ, ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉଛି ଏବଂ ଏଥିରେ କୌଣସି ଦୁର୍ନୀତି ହୋଇ ନାହିଁ। ଭିଜିଲାନ୍ସର ନିର୍ଦ୍ଦେଶକ ନିଶ୍ଚିତ କରିବେ ଯେ ପ୍ରାଥମିକ ଅନୁସନ୍ଧାନ ଜଣେ ଦକ୍ଷ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବ। ଏହା ସହ ଦୁଇ ମାସ ମଧ୍ୟରେ ପ୍ରାଥମିକ ଅନୁସନ୍ଧାନର ରିପୋର୍ଟ ଦାଖଲ କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details