ଓଡିଶା

odisha

ETV Bharat / city

ସିରିୟସ ନେଲେନି କେସ, ଆଇଆଇସି ନିଲମ୍ବିତ

କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଦୁଇ ପୋଲିସ ଅଧିକାରୀ । ରବିବାର ଝାରପୋଖରିଆ ଥାନାର ତଦନ୍ତ ଅଧିକାରୀ ପ୍ରଶାନ୍ତ ସ୍ବାଇଁ ନିଲମ୍ବିତ ହୋଇଥିଲେ । ସେମବାର ଆଇଆଇସି ଶରତ ଚନ୍ଦ୍ର ମହାଳିକ ନିଲମ୍ବିତ ହୋଇଛନ୍ତି ।

By

Published : Dec 2, 2019, 8:48 PM IST

iic jharapokharia suspend
ସିରିୟସ ନେଲେନି କେସ,ଆଇଆଇସି ହେଲେ ସସପେଣ୍ଡ

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପଦାର୍ଥବିଜ୍ଞାନ ବିଭାଗର ଅଧ୍ୟାପିକାଙ୍କ ଆତ୍ମହତ୍ଯା ମାମଲାରେ ଦୁଇ ପୋଲିସ ଅଧିକାରୀ ନିଲମ୍ବିତ । କାର୍ଯ୍ୟରେ ଚରମ ଅବହେଳା ପାଇଁ ଝାରପୋଖରିଆ ଥାନା ଆଇଆଇସି ଶରତ ଚନ୍ଦ୍ର ମହାଳିକଙ୍କୁ ସୋମବାର ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ମହାଳିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ରବିବାର ଜିଲ୍ଲା ପୋଲିସ ହେଡକ୍ବାଟର୍ସକୁ ବଦଳି କରାଯାଇଥିଲା । ଏହାସହ ରବିବାର ତଦନ୍ତ ଅଧିକାରୀ ପ୍ରଶାନ୍ତ ସ୍ବାଇଁ ନିଲମ୍ବିତ ହୋଇଥିଲା ।

ସିରିୟସ ନେଲେନି କେସ,ଆଇଆଇସି ହେଲେ ସସପେଣ୍ଡ

ସୂଚନା ଅନୁସାରେ, ଦୁଷ୍କର୍ମ ଘଟଣାରେ ଝାରପୋଖରିଆ ଥାନାରେ 30,10,2019ରେ କେସ ନମ୍ବର ୧୨୫ ଅଭିଯୋଗରେ ଆଇପିସିର ସେକ୍ସନ ୩୭୬ ଓ ୫୦୬ରେ ଏକ ମାମଲା ରୁଜୁ ହୋଇଥିଲା । ହେଲେ ତଦନ୍ତ ଓ ପରିଚାଳନା କ୍ଷେତ୍ରରେ ଥାନାଧିକାରୀଙ୍କ ଅବହେଳା ପ୍ରଦର୍ଶନ ଯୋଗୁ ରାଇରଙ୍ଗପୁର ମହିଳା ଅଧ୍ୟାପିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗତ ଶନିବାର ରାତିରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସରୁ ଫିଜିକ୍ସ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ମାସକ ତଳେ ସଂପୃକ୍ତ ଅଧ୍ୟାପିକା କେନ୍ଦୁଝରରେ ରହୁଥିବା ତାଙ୍କର ଜଣେ ସଂପର୍କୀୟ ଭାଉଜଙ୍କ ଘରକୁ ବୁଲି ଯାଇଥିଲେ । ସେଠାରେ ରହଣି କାଳରେ ଅଭିଯୁକ୍ତ ସୌମ୍ୟରଞ୍ଜନ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ଘଟଣାକ୍ରମେ ଅକ୍ଟୋବର ୩୦ ତାରିଖରେ ଅଧ୍ୟାପିକାଙ୍କ ପରିବାର ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଦୀର୍ଘ ମାସେରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ସୌମ୍ୟରଞ୍ଜନ ସାହୁକୁ ଗିରଫ କରିବାରେ ଝାରପୋଖରିଆ ପୋଲିସ ସକ୍ଷମ ହୋଇନଥିଲା ।

ଭୁବନେଶ୍ବରରୁ ତାପସ ପରିଡା ଓ ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details