ଭୁବନେଶ୍ବର : ଫେବ୍ରୁଆରୀ 8ରୁ ଆରମ୍ଭ ହେବ IGNOU ପରୀକ୍ଷା । ସମସ୍ତ ପରୀକ୍ଷା କୋଭିଡ ନିୟମ ଅନୁଯାୟୀ ପରିଚାଳିତ କରାଯିବ। 8 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 13ରେ ଶେଷ ହେବ। ଏଥିପାଇଁ ରାଜ୍ୟରେ ଥିବା 32 ଟି ସେଣ୍ଟରରେ ପରୀକ୍ଷା କରିବାକୁ ନିର୍ଦ୍ଧାରିତ କରାଯାଇଛି। ଏଥିମଧ୍ୟରୁ 3ଟି ଜେଲରେ ସେଣ୍ଟର ମଧ୍ୟ ଆୟୋଜନ କରାଯାଇଛି।
ଆସନ୍ତା 8ରୁ IGNOU ପରୀକ୍ଷା - IGNOUର ନିର୍ଦ୍ଦେଶକ ଏସ କେ ତ୍ରିପାଠୀ
ଫେବ୍ରୁଆରୀ 8ରୁ IGNOU ପରୀକ୍ଷା । ସମସ୍ତ ପରୀକ୍ଷା କୋଭିଡ ନିୟମ ଅନୁଯାୟୀ ପରିଚାଳିତ କରାଯିବ । ରାଜ୍ୟରେ ଥିବା 32 ଟି ସେଣ୍ଟରରେ ପରୀକ୍ଷା କରିବାକୁ ନିର୍ଦ୍ଧାରିତ। ଅଧିକ ପଢନ୍ତୁ...

ଫେବ୍ରୁଆରୀ 8ରୁ IGNOU ପରୀକ୍ଷା
ଯାହା ଚୌଦ୍ବାର, ବ୍ରହ୍ମପୁର ଓ ଝାରପଡା ଜେଲରେ ପରୀକ୍ଷା କେନ୍ଦ୍ର କରାଯିବ । ଚଳିତବର୍ଷ 29 ହଜାର 820 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଅନ୍ୟପଟେ ସମସ୍ତ ପରୀକ୍ଷା କୋଭିଡ ନିୟମ ଅନୁଯାୟୀ ପରିଚାଳିତ କରାଯିବ ବୋଲି IGNOUର ନିର୍ଦ୍ଦେଶକ ଏସ କେ ତ୍ରିପାଠୀ ସୂଚନା ଦେଇଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ