ଓଡିଶା

odisha

ETV Bharat / city

ପାଠକଙ୍କ ଘରେ SIT ଟିମ, ଖୋଲିବ କୋଟିପତି ଲିଙ୍କ୍ - ଆଇଏଫ ଏସ ଅଭୟ ପାଠକଙ୍କ ଘରେ ଏସଆଇଟିଟିମ

ଆଇଏଫଏସ ଅଭୟ ପାଠକଙ୍କ ଘରେ ଏସଆଇଟି ଟିମ। ଗଠିତ ହୋଇଥିବା ଏସଆଇଟି ଟିମ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ପହଞ୍ଚି ପୁଣି ତନାଘନା ଆରମ୍ଭ କରିଛନ୍ତି। ଅନ୍ୟପଟେ ପାଠକଙ୍କ ଡ୍ରାଇଭର ,କିଛି ବ୍ୟାଙ୍କ କର୍ମଚାରିଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି। ଅଧିକ ପଢନ୍ତୁ...

ପାଠକ ଘରେ ଏସଆଇଟି ଟିମ,ଖୋଲିବ କୋଟିପତି ଲିଙ୍କ୍
ପାଠକ ଘରେ ଏସଆଇଟି ଟିମ,ଖୋଲିବ କୋଟିପତି ଲିଙ୍କ୍

By

Published : Dec 1, 2020, 12:14 PM IST

Updated : Dec 1, 2020, 12:31 PM IST

ଭୁବନେଶ୍ବର: ଆଇଏଫଏସ ଅଭୟ ପାଠକଙ୍କ ଘରେ ଏସଆଇଟି ଟିମ। ଖୋଲିବ କୋଟିପତି ହେବା ପଛର ଲିଙ୍କ୍। କିଛିଦିନ ପୂର୍ବରୁ ପାଠକ ବାପପୁଅଙ୍କୁ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ ଟିମ।

ଏବେ ଗଠିତ ହୋଇଥିବା ଏସଆଇଟି ଟିମ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ପହଞ୍ଚି ପୁଣି ତନାଘନା ଆରମ୍ଭ କରିଛନ୍ତି। ଅନ୍ୟପଟେ ପାଠକଙ୍କ ଡ୍ରାଇଭର ,କିଛି ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା ଜାରିରହିଛି।

ପାଠକଙ୍କ ଘରେ SIT ଟିମ, ଖୋଲିବ କୋଟିପତି ଲିଙ୍କ୍

ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜକୁ ପଠାଇ ଦେଇଛନ୍ତି କୋର୍ଟ । ଗିରଫ ପରେ ଅଭୟକାନ୍ତଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଆଇଏଫଏସ ଅଫିସର ଅଭୟକାନ୍ତ ଆୟଠାରୁ ୪୩୫ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଦର୍ଶାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 1, 2020, 12:31 PM IST

ABOUT THE AUTHOR

...view details