ଭୁବନେଶ୍ବର: ଦୀର୍ଘ ୬ ମାସ ପରେ ମୁକୁଳିଲେ IFS ଅଭୟ ପାଠକ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ସ୍କାଏ କିଙ୍ଗ ଠକେଇ ମାମଲାରେ ଜେଲରେ ଥିଲେ ପାଠକ। ୪ଟି କେସରୁ ଜାମିନ ମିଳିବା ପରେ ଗୁରୁବାର ଝାରପଡା ଜେଲରୁ ସେ ମୁକୁଳିଛନ୍ତି।
ଗତ ବର୍ଷ ନଭେମ୍ବର ୨୭ରେ ଅଭୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ପରେ ଗୋଟିଏ ପରେ ଗୋଟିଏ ମାମଲାରେ ଛନ୍ଦି ହୋଇପଡିଥିଲେ ସେ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲିଙ୍କ ମଧ୍ୟ ସାମ୍ନାକୁ ଆସିଥିଲା।