ଓଡିଶା

odisha

By

Published : Dec 2, 2020, 4:15 PM IST

Updated : Dec 2, 2020, 8:35 PM IST

ETV Bharat / city

୩ ଦିନିଆ ରିମାଣ୍ଡରେ IFS ଅଭୟ ପାଠକ ଓ ତାଙ୍କ ପୁଅ

ଖୋଲିବ ପାଠକ କଳା ସାମ୍ରାଜ୍ୟ ଗୁମର । ରିମାଣ୍ଡରେ ଗଲେ IFS ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ । ୩ ଦିନିଆ ରିମାଣ୍ଡରେ ନେବାକୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଇଛନ୍ତି ଅନୁମତି । ଅଧିକ ପଢନ୍ତୁ...

୩ ଦିନିଆ ରିମାଣ୍ଡରେ IFS ଅଭୟ ପାଠକ ଓ ତାଙ୍କ ପୁଅ
୩ ଦିନିଆ ରିମାଣ୍ଡରେ IFS ଅଭୟ ପାଠକ ଓ ତାଙ୍କ ପୁଅ

ଭୁବନେଶ୍ବର/କଟକ:ଖୋଲିବ ପାଠକ କଳା ସାମ୍ରାଜ୍ୟ ଗୁମର । ରିମାଣ୍ଡରେ ଗଲେ IFS ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ । ୩ ଦିନିଆ ରିମାଣ୍ଡରେ ନେବାକୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଅନୁମତି ଦେଇଛନ୍ତି । ଏହାକୁ ଆଧାରକରି ଏସାଇଟିର ଏକ ଟିମ ଉଭୟ ବାପ ପୁଅଙ୍କୁ ରିମାଣ୍ଡରେ ଝାରପଡା ଜେଲରୁ କଟକ ଭିଜିଲାନ୍ସ ମୁଖ୍ୟାଳୟକୁ ନେଇଛନ୍ତି । ତେବେ ରିମାଣ୍ଡ ସମୟରେ ଉଭୟଙ୍କୁ ପୁଣି ଜେରା କରିବ କ୍ରାଇମବ୍ରାଞ୍ଚ । ବର୍ତ୍ତମାନ ଆଇ ଏଫ୍ ଏସ ଅଜୟ ଓ ପୁଅ ଆକାଶ ପାଠକ ଭିଜିଲାନ୍ସ ମୁଖ୍ୟଲୟରେ ପହଁଚିଛନ୍ତି । କଡ଼ା ସୁରକ୍ଷା ଭିତରେ ଆଣିଲା ଭିଜିଲାନ୍ସ ଟିମ୍ ।

ଖୋଲିବ କୋଟିପତି ଲିଙ୍କର ଗୁମର । କିଏ କିଏ ରହିଛନ୍ତି କୋଟିପତି ହେବା ପଛରେ । ଆଉ କେଉଁଠି ରହିଛି ପାଠକଙ୍କ ସମ୍ପତ୍ତି । ତେବେ ଏଯାବତ ୧୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠାବ ସରିଛି । ତେବେ ରିମାଣ୍ଡରେ ଖୋଲିବ କି ପଲଟିକାଲ ଲିଙ୍କ୍ ? ସେନେଇ ଚାଲିଛି ଜୋରଦାର ଆଲୋଚନା ।

୩ ଦିନିଆ ରିମାଣ୍ଡରେ IFS ଅଭୟ ପାଠକ ଓ ତାଙ୍କ ପୁଅ

କିଛିଦିନ ପୁର୍ବରୁ ବାପ-ପୁଅ ପାଠକଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ ଟିମ । ପରେ ବିଚାରବିଭାଗୀୟ ହାଜତରେ ଝାରପଡା ଜେଲରେ ଥିଲେ । ଏବେ ଗଠିତ ହୋଇଥିବା ଏସଆଇଟି ଟିମ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ପୁଣି ତନାଘନା କରିବା ପରେ କିଛି ତଥ୍ୟ ପାଇଛନ୍ତି ଯାହାକୁ ନେଇ ଖୋଳତାଡ଼ କରୁଛି ଏସଆଇଟି । ତେବେ ଭିଜିଲାନ୍ସ ମୁଖ୍ୟଲୟରେ ଉଭୟଙ୍କର ରିମାଣ୍ଡର ନିଷ୍କର୍ଷ ଉପରେ ସମସ୍ତଙ୍କ ନଜର ।

ଭୁବନେଶ୍ବରରୁ ତାପସ ପରିଡା ଓ କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 2, 2020, 8:35 PM IST

ABOUT THE AUTHOR

...view details