ଓଡିଶା

odisha

By

Published : Apr 19, 2021, 5:32 PM IST

ETV Bharat / city

ପାରାଦ୍ବୀପରେ ହେବ ଅକ୍ସିଜେନ ପ୍ଲାଣ୍ଟ

ସଂକ୍ରମଣର ଭୟବହତାକୁ ଦୃଷ୍ଟିରେ ରଖି ପାରାଦ୍ବୀପରେ ପ୍ରତିଷ୍ଠା କରାଯିବ ଅକ୍ସିଜେନ ପ୍ଲାଣ୍ଟ । ଆସନ୍ତା 15 ଦିନ ମଧ୍ୟରେ 4 ଟି ଅମ୍ଲଜାନ ପ୍ଲାଣ୍ଟ କରିବ IFFCO । ଅଧିକ ପଢନ୍ତୁ..

ପାରାଦ୍ବୀପରେ ହେବ ଅକ୍ସିଜେନ ପ୍ଲାଣ୍ଟ
ପାରାଦ୍ବୀପରେ ହେବ ଅକ୍ସିଜେନ ପ୍ଲାଣ୍ଟ

ଭୁବନେଶ୍ବର: ସ୍ଥିତି ଅଣାୟତ । ଭୟଙ୍କର ରୂପ ନେବାରେ ଲାଗିଛି କୋରୋନା ସଂକ୍ରମଣ । ଏଣୁ ମହାମାରୀ ମୁକାବିଲା ପାଇଁ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବ IFFCO ( ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜଲ କୋପରେଟିଭ ଲିମିଟେଡ) । ଆସନ୍ତା 15 ଦିନରେ 30 କୋଟି ବ୍ୟୟରେ 4 ଟି ସ୍ଥାନରେ ପ୍ଲାଣ୍ଟ କରିବ ବୋଲି ସୂଚନା ଦେଇଛି IFFCO । ଆଉ ଏହି ଲିଷ୍ଟରେ ରହିଛି ଓଡିଶାର ପାରାଦ୍ବୀପ ।

ସଂକ୍ରମଣର ଭୟବହତାକୁ ଦୃଷ୍ଟିରେ ରଖି ପାରାଦ୍ବୀପରେ ପ୍ରତିଷ୍ଠା କରାଯିବ ଅକ୍ସିଜେନ ପ୍ଲାଣ୍ଟ । ଦେଶରେ ଅମ୍ଳଜାନ ଉପଲବ୍ଧତା ବୃଦ୍ଧି ଏବଂ କୋଭିଡ -19 ମହାମାରୀରେ ଆକ୍ରାନ୍ତ ରୋଗୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ IFFCO ପାରାଦୀପ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହାର ସାର ୟୁନିଟରେ ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ଇଫକୋ ଦେଇଥିବା ସୂଚନା ଅନୁସାରେ , ଏହି ପ୍ଲାଣ୍ଟଗୁଡିକୁ ଓଡିଶାର ପାରାଦ୍ବୀପ, ଗୁଜୁରାଟର କାଲୋଲ, ଉତ୍ତରପ୍ରଦେଶର ଆଓଁଲା ଏବଂ ଫୁଲପୁରରେ ସ୍ଥାପନ କରାଯିବ ।

IFFCO ର କାଲୋଲ ୟୁନିଟରେ, ଅମ୍ଳଜାନ ପ୍ଲାଣ୍ଟ ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ଏହି ଫ୍ଲାଣ୍ଟର କ୍ଷମତା ଘଣ୍ଟା 200 M3 ରେ ପ୍ରତିଦିନ 700 ସିଲିଣ୍ଡର ଅମ୍ଳଜାନ ଉତ୍ପାଦନ କରିବ । ପ୍ରତ୍ୟେକ ସିଲିଣ୍ଡରର କ୍ଷମତା 46.7 ଲିଟର ସହିତ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ସହିତ 99.5% ଶୁଦ୍ଧତା ଅଛି ।

ABOUT THE AUTHOR

...view details