ଓଡିଶା

odisha

By

Published : May 28, 2020, 8:28 PM IST

ETV Bharat / city

କ୍ବାରେଣ୍ଟାଇନରେ ରହିଲେ ମିଳିବ ଟଙ୍କା, ବିଜେପିର ଅଭିଯୋଗ ଭିତ୍ତିହୀନ

କ୍ବାରେଣ୍ଟାଇନରେ ଟଙ୍କା ମିଳୁନଥିବା ପ୍ରସଙ୍ଗରେ ବିରୋଧି ବିଜେପିର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ସାସଂଦ ସସ୍ମିତ ପାତ୍ର । ଅଧିକ ପଢନ୍ତୁ..

BJP's allegations are baseless
BJP's allegations are baseless

ଭୁବନେଶ୍ବର: କ୍ବାରେଣ୍ଟାଇନରେ ଟଙ୍କା ମିଳୁନଥିବା ପ୍ରସଙ୍ଗରେ ବିଜେପିର ପତିକ୍ରିୟାକୁ ନେଇ ସସ୍ମିତ ପାତ୍ରଙ୍କ କାଉଣ୍ଟର । କୋଭିଡ ଟେଷ୍ଟ କେନ୍ଦ୍ର ସରକାରଙ୍କର ଗାଇଡ଼ ଲାଇନ ଅନୁସାରେ କରାଯାଉଛି । ଏପରି ମନ୍ତବ୍ୟ ଭିତ୍ତିହୀନ । ବିଜେପି ପ୍ରଥମେ ଗାଇଡ଼ ଲାଇନ ଦେଖୁ । ଭିତ୍ତିହୀନ ମନ୍ତବ୍ୟ ଦେବା ପୂର୍ବରୁ କେନ୍ଦ୍ରସରକରଙ୍କର ଗାଇଡ଼ ଲାଇନ ପ୍ରଥମେ ଦେଖନ୍ତୁ ବୋଲି ସସ୍ମିତ ପାତ୍ର କହିଛନ୍ତି।

କ୍ବାରେଣ୍ଟାଇନରେ ରହିଲେ ମିଳିବ ଟଙ୍କା, ବିଜେପିର ଅଭିଯୋଗ ଭିତ୍ତିହୀନ

ଅନ୍ୟପଟେ କ୍ବାରେଣ୍ଟାଇନ ପରେ ଟଙ୍କା ଦିଆନଯିବା ପ୍ରସଙ୍ଗରେ କହିଛନ୍ତି ଯେ ସରକାର ଏହା ଦେବା ପାଇଁ ପ୍ରତିବଦ୍ଧ । କେବେ ବି ଅନିୟମିତତା ହୋଇନାହିଁ କି ହେବ ନାହିଁ। ଯେଉଁମାନେ ସନ୍ତୋଷ ଜନକ ଭାବରେ କ୍ବାରେଣ୍ଟାଇନରେ ଶେଷ କରୁଛନ୍ତି ତାଙ୍କୁ ରାଜ୍ୟସରକାର ଘୋଷଣା ମୁତାବକ 2000 ଟଙ୍କା ଦିଆଯାଉଛି । ବିଜେଡି ପକ୍ଷରୁ ଅନୁରୋଧ ଏହି ସମୟ ଆସିଛି ଆମେ ସମସ୍ତେ ମିଳିମିଶି ଅନ୍ୟ କୌଣସି ଚିନ୍ତା ନକରି କୋରୋନା ବିରୋଧରେ ସଭିଏଁ ଲଢ଼ିବା ଉଚିତ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details