ଭୁବନେଶ୍ବର: ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା । ରାଜ୍ୟରେ ଟିକାର ଅଭାବ ରହିଛି। କେନ୍ଦ୍ର ସରକାର ଟିକା ନଦେଲେ ରାଜ୍ୟରେ ଟୀକାକାରଣରେ ଅସୁବିଧା ହୋଇପାରେ। ତେଣୁ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଏହାସହ ଆଜି ଆଉ ୩ ଲକ୍ଷ ୪୯ ହଜାର ଡୋଜ ଆସିବ ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ବଢିଛି କିନ୍ତୁ ମୃତ୍ୟୁ ସଂଖ୍ୟା କମିଛି। ତେବେ କଟକଣାକୁ କଡାକଡି କରିବା ଆବଶ୍ୟକ। ଦ୍ୱିତୀୟ ଲହର ଅଧିକ ବେଗରେ ସଂକ୍ରମିତ ହେଉଛି। ପୂର୍ବାପେକ୍ଷା ଅଧିକ ପିକ ନେଉଛି। କିନ୍ତୁ ମୃତକଙ୍କ ସଂଖ୍ୟା ଅଧିକ ନାହିଁ। ସଂକ୍ରମଣ କମିବା ପରେ ଲୋକେ ନିୟମ ମାନିଲେନି। ଯାହାକି ଅଧିକ ସମସ୍ୟା ସୃଷ୍ଟି କଲା। ସ୍ଥିତିକୁ ଦେଖି ହସ୍ପିଟାଲ ବନ୍ଦ କରାଯାଇଥିଲା ।
୧୪୭୨ ଟି ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯାଉଛି। ବର୍ତ୍ତମାନ ୩ ଲକ୍ଷ ୪୭ କୋଭିସିଲ୍ଡ ଟିକା ଅଛି। ଆଜି(ମଙ୍ଗଳବାର) ସରିଯିବ। ତେବେ ପୁଣି ଆଜି ଆଉ ୩ ଲକ୍ଷ ୪୯ ହଜାର ଡୋଜ ଆସିବ। ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ । ଯଦି ଆଗକୁ ଅଧିକ ଟିକା ନଆସେ ସମସ୍ୟା ଉପୁଜିବ ।