ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଜିଏସଟି ଅନ୍ତର୍ଭୁକ୍ତ ନହେବା ଘଟଣା ଶୁକ୍ରବାର ଜିଏସଟି ପରିଷଦ ବୈଠକରେ ଖାରଜ ହୋଇଯାଇଛି । ରାଜ୍ୟ ସରକାର ମାନେ ଚାହିଁଲେନି । GST ପରିଷଦର ସଦସ୍ୟ ଥିବା ରାଜ୍ୟ ଗୁଡିକ ଏହାକୁ ବିରୋଧ କରିଛନ୍ତି । ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଛି, ଖାଉଟି ମାନଙ୍କ ଭିତରେ ଅସନ୍ତୋଷ ଅଛି ଏହା ସ୍ୱୀକାର କରିବାକୁ ହେବ । କେନ୍ଦ୍ର ସରକାର ଗୋଟେ ପ୍ରସ୍ତାବ ଆଣିଥିଲେ ଯଦି GSTକୁ ସବୁ ରାଜ୍ୟ ସମର୍ଥନ କରିବେ ତାହେଲେ ଦରବୃଦ୍ଧି କମ୍ ହେବ ।
GST କାଉନସିଲରେ ସାମିଲ ନହେବାରୁ ୨ ଟା ଟ୍ୟାକ୍ସ ହେଉଛି । ରାଜ୍ୟ ସରକାର ସ୍ଵତନ୍ତ୍ର ଭାବେ ଗୋଟେ ଟ୍ୟାକ୍ସ ଆଦାୟ କରୁଛନ୍ତି। ରାଜ୍ୟ ସରକାର ସବୁଠାରୁ ଅଧିକ ରାଜସ୍ୱ ପାଉଛି ପେଟ୍ରୋଲ ଓ ଡିଜେଲରୁ ସେ କାହିଁକି ଏହାକୁ ହାତଛଡା କରିବ । ଛତିଶଗଡ ଓ ପଶ୍ଚିମବଙ୍ଗରେ ପେଟ୍ରୋଲ ଓ ଡିଜେଲ ଦର କମ୍ ଅଛି ।