ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି କୋଭିଡ ସଂକ୍ରମଣ । ବିଗତ କିଛି ଦିନ ହେବ ୬୦୦ରୁ ୭୦୦ ଥିବାବେଳେ ପରେ ତାହା ୪୦୦ ତଳକୁ ଖସିଥିଲା । ତେବେ ଏନେଇ ସ୍ବାସ୍ଥ୍ୟ ବିଭାଗ ପ୍ରତି ସାପ୍ତାହରେ ସଂକ୍ରମଣର ଅନୁପାତ କେତେ ରହିଛି ସେନେଇ ଅନୁଧ୍ୟାନ କରୁଥିବା କହିଛନ୍ତି DMET । ସେ କହିଛନ୍ତି କି ଆମେ ସଂପୂର୍ଣ୍ଣ ଭାବେ ରାଜ୍ୟର କୋଭିଡ ସଂକ୍ରମଣ ଉପରେ ନଜର ରଖିଛୁ । କିନ୍ତୁ ଭବିଷ୍ୟତ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ ।
ନିୟମ ନ ମାନିଲେ ଭୟଙ୍କର ହେବ କୋଭିଡ ସଂକ୍ରମଣ: DMET - Corona
ନିୟମ ନ ମାନିଲେ ଉପରମୁହାଁ ହେବ ସଂକ୍ରମଣ । ଏନେଇ ସୂଚନା ଦେଇଛନ୍ତି DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...
ନିୟମ ନ ମାନିଲେ ଭୟଙ୍କର ହେବ କୋଭିଡ ସଂକ୍ରମଣ: DMET
ସେପଟେ କୋଭିଡ ଗାଇଡଲାଇନକୁ ସଠିକ୍ ଭାବେ ଅନୁପାଳନ କରିବା ସହ ଖାମଖିଆଲ ମନୋଭାବକୁ ମନରୁ ଦୂରେଇ ପାରିଲେ ଆମେ ସଂକ୍ରମଣକୁ ନିୟନ୍ତ୍ରଣାଧୀନ କରିପାରିବା । ସେହି ଦୃଷ୍ଟିରୁ ନିଜେ ସଚେତନ ହେବା ସହ ଆଗକୁ କିଭଳି ପ୍ରସ୍ତୁତ ରହିବା, ସେନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ