ଓଡିଶା

odisha

ETV Bharat / city

ତୃତୀୟ ଲହରୀ: ଶିଶୁଙ୍କ RTPCR ରିପୋର୍ଟକୁ ଅପେକ୍ଷା ନକରି ଆରମ୍ଭ ହେବ ଚିକିତ୍ସା - ଶିଶୁ କୋଭିଡ଼ ହସ୍ପିଟାଲ

କୋରୋନା ମହାମାରୀର ସମ୍ଭାବ୍ୟ ୩ୟ ଲହରୀ । ଆବଶ୍ୟକ ପଡିଲେ ଶିଶୁଙ୍କ ପାଇଁ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ ହେବ ବୋଲି କହିଛନ୍ତି DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...

3ୟ ଲହରୀ: ଦରକାର ପଡିଲେ ହେବ ଶିଶୁ କୋଭିଡ ହସ୍ପିଟାଲ
3ୟ ଲହରୀ: ଦରକାର ପଡିଲେ ହେବ ଶିଶୁ କୋଭିଡ ହସ୍ପିଟାଲ

By

Published : Aug 13, 2021, 12:53 PM IST

ଭୁବନେଶ୍ବର: ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆବଶ୍ୟକ ସ୍ଥଳେ ଶିଶୁଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କରାଯିବ । ଶିଶୁଙ୍କ ପକ୍ଷେ ଏଭଳି ମାମଲା ଯେଉଁ ସ୍ଥାନରେ ଅଧିକ ଠାବ ହେବ ସେଠାରେ ହସ୍ପିଟାଲ ଖୋଲାଯିବ ବୋଲି କହିଛନ୍ତି DMET ସିବିକେ ମହାନ୍ତି ।

3ୟ ଲହରୀ: ଦରକାର ପଡିଲେ ହେବ ଶିଶୁ କୋଭିଡ ହସ୍ପିଟାଲ

କେନ୍ଦ୍ର ଗାଇଡ଼ ଲାଇନ ଅନୁସାରେ ସଂକ୍ରମିତ ଶିଶୁଙ୍କ ଲାଗି ୬୦୦ ବେଡ଼ ଆବଶ୍ୟକ ପଡିପାରେ । କିନ୍ତୁ ୩୦୦୦ ବେଡ଼ ପ୍ରସ୍ତୁତ କରୁଛନ୍ତି ସରକାର। କେବଳ ୬୧୦ ରହିଛି ICU ଓ HDU ବେଡ଼। ଆବଶ୍ୟକ ସ୍ଥଳେ ଶିଶୁଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ମଧ୍ୟ କରାଯିବ। କେଉଁ ସ୍ଥାନରେ କରାଯିବ ସେ ନେଇ କେସ ଲୋଡ଼ ସ୍ଥିତି ଦେଖି ଆବଶ୍ୟକ ସ୍ଥଳେ ନିଷ୍ପତ୍ତି ନିଆଯିବ । ମୁକାବିଲା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି ।

ଏହି କମିଟି ଜିଲ୍ଲା ସ୍ତରରେ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବ। ପ୍ରସ୍ତୁତି କଣ ଚାଲିଛି,କେମିତି ପ୍ରସ୍ତୁତି ତ୍ବରାନ୍ବିତ ହେବ, କଣ ଆବଶ୍ୟକ ସେ ନେଇ କମିଟି ରିପୋର୍ଟ ଦେଲେ ସରକାର ପ୍ରସ୍ତୁତ ହେବେ। ଯଦି କୌଣସି ଲକ୍ଷଣ ଥିବା ଶିଶୁମାନେ ହସ୍ପିଟାଲରେ ଆଡ଼ମିଟ ହୁଅନ୍ତି ସେମାନଙ୍କର RT-PCR ଟେଷ୍ଟ ରିପୋର୍ଟକୁ ଅପେକ୍ଷା ନକରି ଲକ୍ଷଣରୁ ଅନୁମାନ କରି ଚିକିତ୍ସା ଆରମ୍ଭ କରାଯିବ । ରିପୋର୍ଟ ଆସିବା ଯାଏ ଅପେକ୍ଷା କରାଯିବନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details