ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା । 'ଦରକାର ପଡିଲେ ଦିନରେ ଲାଗୁ କରାଯିବ କର୍ଫ୍ୟୁ । କୋଭିଡ଼ ସ୍ଥିତି ପରଖିବା ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଆମ ପର୍ଯ୍ୟବେକ୍ଷକ ଗସ୍ତ କରି ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି'।
ଟେଷ୍ଟିଂ କେମିତି ବଢ଼ିବ ତାଉପରେ ଗୁରୁତ୍ବ ଦିଆଯାଉଛି। ସ୍କୁଲ ଏୟାରପୋର୍ଟ, ରେଲୱେ ଷ୍ଟେସନରେ କୋଭିଡ଼ ସଂକ୍ରମଣ ବୃଦ୍ଧି ହେଉଛି । ସେଥିପାଇଁ ଆମକୁ ଅଧିକ ଗୁରୁତ୍ବ ଦେବାକୁ ପଡିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।