ଭୁବନେଶ୍ବର: ଆଜି ଭସାଣି । ମା’ଙ୍କୁ ମେଲାଣି ଦେବ ଧରାପୃଷ୍ଠ । ହେଲେ ଭସାଣିରେ ଏକାଠି ହେବ ନାହିଁ ସମସ୍ତ ମେଢ । ଦୁଇରୁ ଚାରିଜଣ ପୂଜାକମିଟି ସଦସ୍ୟଙ୍କ ଉପସ୍ଥିତିରେ ହେବ ଭସାଣି ଆୟୋଜନ । ଏଥିପାଇଁ ପୂଜା କମିଟି କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛି କମିଶନରେଟ ପୋଲିସ ।
ଏଥିସହ ଭସାଣିବେଳେ ମେଢ ଏକାଠି ନ କରି ଭିନ୍ନ ଭିନ୍ନ ସମୟ ଅନୁସାରେ ଭସାଣି କରି କୁତ୍ରିମ ପୋଖରିରେ ବିସର୍ଜନ କରାଯିବା ନେଇ ଯୋଜନା ରହିଛି । ତେବେ ବିସର୍ଜନ ପାଇଁ ନେବାବେଳେ ମେଢକୁ ଏସକର୍ଟ ଦେବ ପୋଲିସ ।