ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମହାମାରୀ କୋରୋନା ସଂକ୍ରମଣ । ମହାମାରୀକୁ ପ୍ରତିହତ କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ଥରରେ ଉଦ୍ୟମ ଜାରି ରହିଛି । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟବାସୀଙ୍କୁ ସହାୟତାର ହାତ ବଢାଇଛି ଆଇସିଆଇସିଆଇ ବ୍ୟାଙ୍କ । ଏହି ବ୍ୟାଙ୍କ ପକ୍ଷରୁ ସରକାରଙ୍କ ସହ ମିଶି ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଉଛି । ତେବେ ଏନେଇ ଆଇସିଆଇସିଆଇ ବ୍ୟାଙ୍କକୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କୋରୋନା କାଳରେ ସହଯୋଗର ହାତ ବଢାଇଲା ICICI ବ୍ୟାଙ୍କ, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ - ସହଯୋଗର ହାତ ବଢାଇଲା ICICI ବ୍ୟାଙ୍କ
ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟବାସୀଙ୍କୁ ସହାୟତାର ହାତ ବଢାଇଛି ଆଇସିଆଇସିଆଇ ବ୍ୟାଙ୍କ । ଏହି ବ୍ୟାଙ୍କ ପକ୍ଷରୁ ସରକାରଙ୍କ ସହ ମିଶି ମାସ୍କ ଓ ସାନିାଇଜ ବଣ୍ଟନ କରାଯାଉଛି । ତେବେ ଏନେଇ ଆଇସିଆଇସିଆଇ ବ୍ୟାଙ୍କକୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...
ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ବ୍ୟାଙ୍କ ଓଡିଶା ସରକାରଙ୍କ ସହ ମିଶି ସାରା ରାଜ୍ୟରେ 150ରୁ ଅଧିକ ବ୍ଲକରେ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରୁଛି। ଜନସାଧାରଣ ଏବଂ କର୍ମଚାରୀଙ୍କ ବ୍ୟବହାର ପାଇଁ ଭୁବନେଶ୍ବରର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ 100ଟି କଣ୍ଟାକ୍ଟଲେସ ସାନିଟାଇଜ ଡିସ୍ପେନସର ସ୍ଥାପନ କରାଯାଇଛି |
କେବଳ ସେତିକି ନୁହେଁ ମହାମାରୀ କୋରୋନା ସମୟରେ ଭୁବନେଶ୍ବରର 30 ଦିବ୍ୟାଙ୍ଗଙ୍କୁ ଯାତାୟତ ପାଇଁ ତିନି ଚକିଆ ସ୍କୁଟି ଓ ସ୍ବାବ ନମୁନା ସଂଗ୍ରହ ପାଇଁ ବିଏମସିକୁ ଏକ ଗାଡି ପ୍ରଦାନ କରିଛି ଏହି ବ୍ୟାଙ୍କ । ଏହି ସହଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କକୁ ଧନ୍ୟବାଦ ଦିଆଯାଇଛି ।