ଭୁବନେଶ୍ବର:ବିଦ୍ୟାଳୟରେ IBM ଷ୍ଟେମ୍ ସୁବିଧାର ଶୁଭାରମ୍ଭ । ରାଜ୍ୟର 30ଟି ଜିଲ୍ଲାର 258ଟି ବିଦ୍ୟାଳୟରେ ଆଇବିଏମ ଷ୍ଟେମ ସୁବିଧାର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ।
ଏହି ସୁବିଧା ମାଧ୍ୟମରେ ବିଦ୍ୟାଳୟର ଛାତ୍ରୀମାନେ ଡିଜିଟାଲ ସାକ୍ଷରତା ଅର୍ଜନ କରିବା ସହିତ ଜୀବନକୌଶଳ ତଥା ଭବିଷ୍ୟତର ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିବେ । IBM ଷ୍ଟେମ ସୁବିଧା ଥିବା ବିଦ୍ୟାଳୟଗୁଡିକ ଏକବିଂଶ ଶତାଦ୍ଦୀର ଉପଯୋଗୀ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ରାଜ୍ୟର ଅନ୍ୟ ବିଦ୍ୟାଳୟ ପାଇଁ ରୋଲ ମଡେଲ ସାଜିବ । ରାଜ୍ୟ ଓ ଜିଲ୍ଲା ସ୍ତରରେ ଏଥିପାଇଁ ଆଇବିଏମ ଏବଂ ଏହାର ସହଯୋଗୀ ତଥା ଅନ୍ୟମାନେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରସ୍ତୁତ କରିବେ । ଫଳସୂରୁପ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ହେବ ବୋଲି କାର୍ଯ୍ୟକ୍ରମରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।