ଭୁବନେଶ୍ବର: ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ବରିଷ୍ଠ ଆଇଏଏସ ଅରବିନ୍ଦ ପାଢୀ ହେଲେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ । ବିଷ୍ଣୁପଦ ସେଠୀ ହେଲେ ଉଚ୍ଚଶିକ୍ଷା ସଚିବ । ଏହାସହ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ଵ ତୁଳାଇବେ ବିଷ୍ଣୁ ।
IAS Reshuffle: ଅରବିନ୍ଦ ପାଢ଼ୀ ହେଲେ କୃଷି ବିଭାଗର ପ୍ରମୁଖ ସଚିବ, ବିଷ୍ଣୁପଦ ସେଠୀ ଉଚ୍ଚଶିକ୍ଷା ସଚିବ
ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ବରିଷ୍ଠ ଆଇଏଏସ ଅରବିନ୍ଦ ପାଢୀ ହେଲେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ । ଅଧିକ ପଢନ୍ତୁ
IAS Reshuffle
ସେହିପରି ସୂଚନା ଲୋକ ସମ୍ପର୍କ ବିଭାଗ ସଚିବ ସମେତ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ ସହ ସ୍ମାର୍ଟ ସିଟି ଲିମିଟେଡ ନିର୍ଦ୍ଦେଶକ ଥିବା ସଞ୍ଜୟ କୁମାର ସିଂ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ।
ଏହାବାଦ 2003 ବ୍ୟାଚ ବରିଷ୍ଠ ଆଇଏଏସ ଆଶ୍ଵଥି.ଏସ 7 ବର୍ଷିଆ କେନ୍ଦ୍ରୀୟ ଡେପୁଟେସନ ସାରି ଫେରିବା ପରେ ତାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।
- IAS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର
- ବିଷ୍ଣୁପଦ ସେଠୀ ହେଲେ ଉଚ୍ଚ ଶିକ୍ଷା ସଚିବ ଏଥିସହ ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି
- ଅରବିନ୍ଦ ପାଢ଼ୀ ହେଲେ କୃଷି ଓ କୃଷକ ସଶକ୍ତୀକରଣ ସଚିବ, ଏଥିସହ ତାଙ୍କୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି
- ସଂଜୟ କୁମାର ସିଂହ ହେଲେ ଗ୍ରାମ୍ୟ ଉନ୍ନୟନ ଓ I&PR ସଚିବ, ଏଥିସହ ବିଡିଏ ଭିସି ଭାବେ ସେ ଅତିରିକ୍ତ ଦାୟିତ୍ୱରେ ରହିବେ
- ଅଶ୍ୱଥି. ଏସ୍ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ