ଭୁବନେଶ୍ବର: ରାଜ୍ୟରେ ଆଇଏଏସ ସ୍ତରରେ ସୋମବାର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ ନିଯୁକ୍ତି ପାଇଛନ୍ତି ସନତ କୁମାର ମହାନ୍ତି । ପୂର୍ବରୁ ସେ ଏସସି ଓ ଏସଟି ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବରେ ରହିଥିଲେ । ସେହିଭଳି 2018 ବ୍ୟାଚ ଆଇଏଏସ କୀର୍ତ୍ତି ଭାସନ ଭିଙ୍କୁ ମିଳିଛି ଗଞ୍ଜାମ ଜିଲ୍ଲାର କୋଭିଡ ପରିଚାଳନା ଦାୟିତ୍ବ ।
ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍
![ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ ias level reshuffle, khurdha collector sanat mohanty, bhubaneswar latest news, ias level reshuffle in odisha, ଆଇଏଏସ ସ୍ତରରେ ଅଦଳବଦଳ, ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍, ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ](https://etvbharatimages.akamaized.net/etvbharat/prod-images/768-512-8276626-thumbnail-3x2-ias.jpg)
ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ
13:11 August 03
ସମାନ ଭାବେ 2018 ବ୍ୟାଚ ଆଇଏଏସ ଶୁଭଙ୍କର ମହାପାତ୍ର ଟ୍ରେନିଂ ପାଇବା ପରେ ତାଙ୍କୁ କନ୍ଧମାଳ ଜିଲ୍ଲାର ବାଲିଗୁଡା ସବ୍ କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି । 2018 ବ୍ୟାଚ ଆଇଏଏସ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁର ସବ୍ କଲେକ୍ଟର ଭାବରେ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ 2018 ବ୍ୟାଚ ଆଇଏଏସ ଜେ ସୋନାଲଙ୍କୁ ଗଜପତି ଜିଲ୍ଲା କୋଭିଡ ପରିଚାଳନା ଦାୟିତ୍ବ ଦିଆଯାଇଥିବା ଜଣା ପଡିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Aug 3, 2020, 1:48 PM IST