ଓଡିଶା

odisha

ETV Bharat / city

ୟୁପିଏସସିରେ କୃତିତ୍ବ ଲାଭ କରିଥିବା ବିଶ୍ବରଞ୍ଜନଙ୍କୁ ସମ୍ବର୍ଦ୍ଧନା - IAS biswaranjan

ତେବେ ବିଶ୍ବରଞ୍ଜନଙ୍କ ମା ସିଲେଇ କରି ତାଙ୍କ ପାଠ ପଢ଼ାରେ ସହାୟତା କରିଥିବାରୁ ଆଜି ଅଲ ଓଡିଶା ଟେଲର ଶ୍ରମିକ ଆସୋସିଏସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଆଇଏଏସରେ କୃତିତ୍ବ ଲାଭ କରିଥିବା ବିଶ୍ବରଞ୍ଜନଙ୍କୁ ସମ୍ବର୍ଦ୍ଧନା
ଆଇଏଏସରେ କୃତିତ୍ବ ଲାଭ କରିଥିବା ବିଶ୍ବରଞ୍ଜନଙ୍କୁ ସମ୍ବର୍ଦ୍ଧନା

By

Published : Aug 14, 2020, 4:10 PM IST

ଭୁବନେଶ୍ବର : 2019 ବର୍ଷ ପାଇଁ ୟୁପିଏସସି ପକ୍ଷରୁ ଅନୁଷ୍ଠିତ ସର୍ବଭାରତୀୟ ପ୍ରଶାସନିକ ସେବାର ରେଜଲ୍ଟ ଚଳିତ ମାସ ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ବର ନିବାସୀ କୁମାର ବିଶ୍ବରଞ୍ଜନ କୃତିତ୍ବର ସହ ଉତ୍ତୀର୍ଣ୍ଣ ହାସଲ କରିଛନ୍ତି। ସେ ସର୍ବଭାରତୀୟ ସ୍ତରରେ 182 ରାଙ୍କ ହାସଲ କରିଛନ୍ତି ।

ଆଇଏଏସରେ କୃତିତ୍ବ ଲାଭ କରିଥିବା ବିଶ୍ବରଞ୍ଜନଙ୍କୁ ସମ୍ବର୍ଦ୍ଧନା

ତେବେ ବିଶ୍ବରଞ୍ଜନଙ୍କ ମା ସିଲେଇ କରି ତାଙ୍କ ପାଠ ପଢ଼ାରେ ସହାୟତା କରିଥିବାରୁ ଆଜି ଅଲ ଓଡିଶା ଟେଲର ଶ୍ରମିକ ଆସୋସିଏସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସହିଦ ନଗରରେ ଥିବା ନିଶାନ କ୍ଳବ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ଓ ରାଜ୍ୟ ସେବାରେ ନିଜର ପାରଦର୍ଶିତା ଲାଭ କରନ୍ତୁ ବୋଲି କହିଛନ୍ତି ବିଧାୟକ । ତେବ ଏନେଇ ବିଶ୍ବରଞ୍ଜନ କହିଛନ୍ତି, ଏପର୍ଯ୍ୟନ୍ତ ମୁଁ କେବଳ ମୋ ପାଇଁ କରିଥିଲି । ଆଗକୁ ସମାଜର ତଳ ସ୍ତରର ଲୋକଙ୍କ କାର୍ଯ୍ୟ କରି ପାରିଲେ ମୁଁ ଆହୁରି ସନ୍ତୋଷ ମନେ କରିବି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details