ଭୁବନେଶ୍ବର: କୃଷି ବିଭାଗରେ କାର୍ଯ୍ୟ କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ । ନହେଲେ ଆପଣଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ପାନ କିମ୍ବା ଅନ୍ୟ କୌଣସି ନିଶା ସେବନ କରି ଅଫିସ ଗଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୃଷି ଓ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ।
କୃଷି ବିଭାଗରେ ଶୃଙ୍ଖଳା ଆଣିବା ଲାଗି ବଡ଼ ପଦକ୍ଷେପ ନେଇଛନ୍ତି ନବ ନିଯୁକ୍ତ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ । କର୍ମଚାରୀମାନେ ଅଫିସ ଭିତରେ ଯେପରି ପାନ, ବିଡି ସମେତ ଅନ୍ୟାନ୍ୟ ନିଶା ସେବନ ନ କରିବା ପାଇଁ ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ କଠୋର ହୋଇଛନ୍ତି ଅରବିନ୍ଦ ।