ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ପରେ ବରିଷ୍ଠ ଆଇଏଏସ ଅଫିସର ଆଦିତ୍ୟ ପାଢୀଙ୍କୁ ନୂଆ ଦାୟିତ୍ବ । ରାଜ୍ୟ ନିର୍ବାଚନ କମିଶନର ଭାବେ ମିଳିଲା ନୂଆ ଦାୟିତ୍ବ । ତାଙ୍କ ନିଯୁକ୍ତିକୁ ଆଜି ରାଜ୍ୟପାଳ ଅନୁମୋଦନ କରିଛନ୍ତି ।
1983 ବ୍ୟାଚର ଏହି ବରିଷ୍ଠ ଆଇଏସ ଏକାଧିକ ଜିଲ୍ଲାର ଜିଲ୍ଲାପାଳ ରହିବା ସହ ପ୍ରଶାସନର ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଆଜି ତାଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମୁଖ୍ୟମନ୍ତ୍ରୀଙ୍କୁ ନିକଟକୁ ପଠାଇଥିଲେ ।