ଭୁବନେଶ୍ବର:ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଆସନ୍ତା 16 ତାରିଖରେ ଭୁବନେଶ୍ବରରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ଅନୁଷ୍ଠିତ ହେବ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବାୟୁସେନାର ଇଣ୍ଡସ୍କନ୍ ଟିମ୍ ନେଇ ଆସିଥିବା AN୩୨ ବିମାନ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ C-୧୭ ଗ୍ଲୋବ୍ ମାଷ୍ଟର (C ୧୭ globemaster reached in Bhubaneswar) ପରିବହନ ବିମାନ ମଧ୍ୟ ପହଞ୍ଚିଛି।
ଭୁବନେଶ୍ବର କୁଆଖାଇ ନଦୀପଠା ସ୍ଥିତ ବାଲିଯାତ୍ରା ପଡ଼ିଆରେ ବାୟୁସେନାର ଏୟାର ସୋ ଅନୁଷ୍ଠିତ ହେବ (Surya Kiran air show to be held in Bhubaneswar)। ଶୁକ୍ରବାର ଥିବା ସୋକୁ ନେଇ ଆଜି ମ୍ୟାପିଂ କରାଯାଉଛି। 2 ଟି ହକ ବିମାନ ମ୍ୟାପିଂ କରୁଛି। ଏନେଇ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି, "ଆସନ୍ତା 16 ତାରିଖ ସକାଳ 10ରୁ 11ଟା ସମୟରେ ସୂର୍ଯ୍ୟକିରଣ ଏୟାର ସୋ ହେବ । 12ଶହରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ସିଟିଂ ବ୍ୟବସ୍ଥା ହେଉଛି। ସେହପରି 50 ହଜାରରୁ ଏକ ଲକ୍ଷ ଲୋକଙ୍କ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ।" ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଯୋଗ ଦେବାର ସୂଚନା ରହିଛି। ଏଥିସହ ଅନ୍ୟ ଅଧିକାରୀମାନେ ସାମିଲ ହେବେ । ଏୟାର ସୋ ସମୟରେ ବିମାନ ନିକଟରେ ଯେପରି ପକ୍ଷୀ ନଉଡ଼େ ସେନେଇ ବ୍ୟବସ୍ଥା କରାଯିବ। ଆକାଶର 500 ଫୁଟ ଉଚ୍ଚରେ ଏହି ବିମାନଗୁଡ଼ିକ ସୋ’ ପ୍ରଦର୍ଶନ କରିବେ । ଆଜି ମ୍ୟାପିଂ କରାଯିବା ପରେ କାଲି ଫାଇନାଲ ରିହଲସଲ ହେବ । ସମୁଦାୟ 9ଟି ଏୟାର କ୍ରାଫ୍ଟ ପ୍ରଦର୍ଶନ କରିବେ । 18 ରୁ 20 ମିନିଟର କାର୍ଯ୍ୟକ୍ରମ ରହିବ ।