ଭୁବନେଶ୍ବର: ଚଳିତ ବର୍ଷର ନିର୍ବାଚନରେ ଚାଲିଛି ଜୋରଦାର ଲଢେଇ। ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବେ ରଣାଙ୍ଗନରେ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ଆସନ୍ତା 18 ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି ପ୍ରାର୍ଥୀ। କେଉଁ ମୁଦ୍ଦା ନେଇ ଜନତାଙ୍କ ମନ ଜିଣିବେ, ସେ ନେଇ ଚାଲିଛି ଜୋରଦାର ପ୍ରଚେଷ୍ଟା।
ତେବେ ଏହି କ୍ରମରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସଞ୍ଜୀବ କୁମାର ରାୟ।