ଓଡିଶା

odisha

By

Published : Dec 6, 2019, 8:23 PM IST

ETV Bharat / city

ହାଇଦ୍ରାବାଦ ଏନକାଉଣ୍ଟର: ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା

ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଦେଶ ସାରା ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆଠୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଆଡେ ଚର୍ଚ୍ଚା ଓ ଆଲୋଚନା ଚାଲିଛି । ଏପଟେ ରାଜ୍ୟରେ ମଧ୍ୟ ନେତା ଠୁ ଆରମ୍ଭ କରି ମହିଳା କମିଶନ ସମସ୍ତେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

hydrabad encounter
ହାଇଦ୍ରାବାଦ ଏନକାଉଣ୍ଟର: ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା

ଭୁବନେଶ୍ବର: ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଦେଶ ସାରା ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆ ଠୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଆଡେ ଚର୍ଚ୍ଚା ଓ ଆଲୋଚନା ଚାଲିଛି । କେତେକ ଏହି ଏନକାଉଣ୍ଟରକୁ ଠିକ ଦର୍ଶାଇଥିବାବେଳେ କେତେକ ଏହି ଏନକାଉଣ୍ଟର ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି । ଏପଟେ ରାଜ୍ୟରେ ମଧ୍ୟ ନେତାଠୁ ଆରମ୍ଭ କରି ମହିଳା କମିଶନ ସମସ୍ତେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ହାଇଦ୍ରାବାଦ ଏନକାଉଣ୍ଟର: ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା

ହାଇଦ୍ରାବାଦ ଘଟଣାରେ ମହିଳା କମିଶନ ମୀନତି ବେହେରା କହିଛନ୍ତି ଯେ,‘ପରିସ୍ଥିତି ଅନୁସାରେ ପୋଲିସ ଯାହା ପଦକ୍ଷେପ ନେବା କଥା ତାହା କରିଛି ।’ ଏହାସହ ସମସ୍ତେ ସଚେତନ ହେବା ଦରକାର ଯେ କିପରି ଜଣେ ମହିଳା ସମ୍ମାନର ସହ ବଞ୍ଚିବ ବୋଲି ସେ କହିଛନ୍ତି । ସେହିପରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ,‘ଆଜି ଯେଉଁ ଘଟଣା ଘଟିଛି ପୋଲିସ ପରିସ୍ଥିତିରେ ପଡିକରିଛି । ମହିଳା ଡାକ୍ତରଙ୍କ ପ୍ରତି ଯାହା ହୋଇଥିଲା ତାହା ନିନ୍ଦନୀୟ ।’

ସେପଟେ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ମହିଳା ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନବୀୟ କାଣ୍ଡକୁ ନିନ୍ଦା କରିବା ସହ ନ୍ୟାୟପାଳିକା ଅନୁଯାୟୀ କାର୍ଯ୍ୟ ହେଲେ ସମସ୍ତେ ଗ୍ରହଣ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ହାଇଦ୍ରାବାଦରେ ଦୋଷୀ ମାନେ ଖସିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଛି । ତାହା ଠିକ୍‌ ହୋଇଛି ଏବଂ ଯେଉଁ ଅପରାଧୀମାନେ ଏପରି ଖସିବାକୁ ଚେଷ୍ଟା କରିବେ ସେମାନଙ୍କୁ ଏନକାଉଣ୍ଟର କରିବା ଉଚିତ୍‌ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details