ଭୁବନେଶ୍ବର:ହାଇଦ୍ରାବାଦ ସାଇବର ପୋଲିସ ୫ ସାଇବର ଠକଙ୍କୁ ଭରତପୁର ଅଞ୍ଚଳରୁ ଗିରଫ କରିଛି । ତେବେ ସେମାନେ ମଣପୁରମ ଡୋରଷ୍ଟେପ ଲୋନ ନାଁରେ ଠକେଇ କରୁଥିବା ସମ୍ପର୍କରେ ସୂଚନା ମିଳିଛି ।
ଗିରଫ ଅଭିଯୁକ୍ତଙ୍କୁ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ସମସ୍ତ ଅଭିଯୁକ୍ତ ଗ୍ରାଜୁଏଟ ବୋଲି ସୂଚନା ମିଳିଛି । ହାଇଦ୍ରାବାଦ ପୋଲିସର ୪ ଜଣିଆ ଟିମ ରାଜଧାନୀ ଭୁବନେଶ୍ବରରେ ପହଞ୍ଚି ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତମାନେ ଘରେ ଘରେ କମ ସୁଧ ହାର ଓ ମିନିମମ ଡ଼କ୍ୟୁମେଣ୍ଟରେ ଯୋଗାଇଥାନ୍ତେ ଲୋନ । ଯାହାର ସୁରାକ ଆଧାରରେ ହାଇଦ୍ରାବାଦ ସାଇବର ପୋଲିସ ଏହି ୫ ସାଇବର ଠକଙ୍କୁ ଗିରଫ କରିଛି ।