ଭୁବନେଶ୍ବର: ପତ୍ନୀ ଅଜାଣତରେ ପତି କରୁଥିଲା ଅଶ୍ଳୀଳ ଫଟୋ ଭାଇରାଲ । ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ ଦେଖି ପଡୋଶୀ ପତ୍ନିଙ୍କୁ ଜଣାଇଲେ । ଖବର ପାଇ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପତ୍ନୀର ଅଶ୍ଳିଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ପତିକୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ ।
କେସ ନମ୍ବର ୩/୨୨ ଆଧାରରେ ଆଇପିସର ଧାରା 383,420,498(A),509, ଆଇଟି ଆକ୍ଟର ଧାରା 67,67(A)ରେ ଭଦ୍ରକରୁ ପତିକୁ ଗିରଫ କରିଛି କମିଶନରେଟ ପୋଲିସ । ଏନେଇ ପୋଲିସ ଉଭୟ ପତ୍ନୀ ଓ ପତିର ପରିଚୟ ଗୋପନ ରଖିଛି । ସୂଚନା ମୁତାବକ ଭୁବନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ ଘରୋଇ ମେଡ ଭାବେ କାମ କରୁଥିଲେ ପତ୍ନୀ । ହେଲେ ସ୍ବାମୀ ଭଦ୍ରକରେ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ପତ୍ନୀ ଧିରେ ଧିରେ ସ୍ବାମୀକୁ କିଛି ଟଙ୍କା ପଠାଉଥିଲେ ।