ଓଡିଶା

odisha

ETV Bharat / city

Paika Bidroha Memorial Rally: ରାଜଧାନୀରେ ଗର୍ଜିଲେ ପାଇକ - First War Of Independence Status To Paika Bidroha

ରାଜଧାନୀରେ ଗର୍ଜିଲେ ପାଇକ । ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ଅନ୍ଦୋଳନ ଦାବିରେ ପାଇକଙ୍କ ମହାସଂଗ୍ରାମ । ଖୋର୍ଦ୍ଧା ବରୁଣେଇ ପୀଠରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରତିବାଦ ରାଲି । ଅଧିକ ପଢନ୍ତୁ

ରାଜଧାନୀରେ ଗର୍ଜିଲେ ପାଇକ
ରାଜଧାନୀରେ ଗର୍ଜିଲେ ପାଇକ

By

Published : Dec 17, 2021, 3:57 PM IST

ଭୁବନେଶ୍ବର:ରାଜଧାନୀରେ ଗର୍ଜିଲେ ପାଇକ । ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ଅନ୍ଦୋଳନ ଦାବିରେ ପାଇକଙ୍କ ମହାସଂଗ୍ରାମ (Paika Bidroha Memorial Rally )। ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ପାଇଁ ଏହି ଆନ୍ଦୋଳନ ଖୋର୍ଦ୍ଧା ବରୁଣେଇ ପୀଠରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରତିବାଦ ରାଲି ଆରମ୍ଭ ହୋଇଛି (Hundreds Protest Seeking First War Of Independence Status To Paika Bidroha ) । ମାଷ୍ଟର କ୍ୟାଣ୍ଟିନରେ ଓଡ଼ିଶା ବୀର ମହାସଂଘ ଆନ୍ଦୋଳନ ଆରମ୍ଭ କରିଛି ।

ରାଜଧାନୀରେ ଗର୍ଜିଲେ ପାଇକ

ଏହି ରାଲିରେ ପ୍ରାୟ 200 ପାଇକ ଆଖଡ଼ା ଦଳ ସାମିଲ ହୋଇଛନ୍ତି । ରାଜଧାନୀ ରାଜରାସ୍ତାରେ ଆଖଡ଼ା ସହ ଖଣ୍ଡା ଓ ବାଡ଼ି ଖେଳ ମଧ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ହାତରେ ଅସ୍ତ୍ର, ଶସ୍ତ୍ର, ପାଇକ ବେଶରେ ନାରାବାଜି ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀ । ମାଷ୍ଟର କ୍ୟାଣ୍ଟିନରୁ ବାହାରି ରାମ ମନ୍ଦିର ପର୍ଯ୍ୟନ୍ତ ପ୍ରତିବାଦ ରାଲି ଆଉ ତାପରେ ପ୍ରତିବାଦ ସଭା ମଧ୍ୟ କରିଛନ୍ତି ।

1817 ପାଇକ ବିଦ୍ରୋହକୁ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ଏହି ସଂଗ୍ରାମ ଆରମ୍ଭ ହୋଇଛି। କେନ୍ଦ୍ରକୁ ପୁନଃବିଚାର ପାଇଁ ଦାବି ମଧ୍ୟ କରାଯାଇଛି । ଏହା ସହ ପାଇକ ବିଦ୍ରୋହର ମୂକ ସାକ୍ଷୀ ବରୁଣେଇ ପାଦ ଦେଶରେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ବିନା ମୁଲ୍ୟରେ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି । ତେବେ ଦାବି ପୁରଣ ନ ହେଲେ ଦିଲ୍ଳୀରେ ଯାଇ ପ୍ରତିବାଦ କରିବେ ପାଇକ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ ଓ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details