ଭୁବନେଶ୍ବର: ଦେଶରେ ତେଜୁଛୁ ଚାଷୀ ଆନ୍ଦୋଳନ । ରାଜରାସ୍ତାରେ କୃଷି ବିଲ ପ୍ରତ୍ୟାହାର ଦାବିରେ ଭୁବନେଶ୍ବରରେ ଚାଷୀଙ୍କ ଗଣଧାରଣା। ଅନଶନରେ ବସିଲେ ଶହଶହ ଚାଷୀ। କୃଷକ ବିରୋଧୀ, କର୍ପୋରେଟ ସପକ୍ଷବାଦୀ 3ଟି କୃଷି ଆଇନ , ଜନବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ ଚାଷୀ।
ସାରା ଭାରତରେ ଚାଷୀ ଆନ୍ଦୋଳନ ତୀବ୍ରରୂପ ଧାରଣ କରିଥିବାବେଳେ, ଆଜି ୧୯ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। କୃଷି ବିଲକୁ ବିରୋଧ କରି ସାରା ଦେଶରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି ।
କଣ୍ଟାକଟ ଫାର୍ମିଂ,ଏମଏସପି, ମଣ୍ଡିରେ ବିକ୍ରି କୃଷକ ବିରୋଧୀ ଆଭିମୁଖ୍ୟ ଇତ୍ୟାଦିକୁ ନେଇ ଚାଷୀ ଆପତ୍ତି ଉଠାଇଛନ୍ତି । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଚାଷୀ ଜିଦ ଧରିଥିବାବେଳେ, ଦିଲ୍ଲୀ ବର୍ଡରରେ ହଜାର ହଜାର ସଂଖ୍ୟାରେ ଚାଷୀ ଆସି ଡେରା ପକାଇଛନ୍ତି।