ଓଡିଶା

odisha

ETV Bharat / city

ଯୁବକଙ୍କୁ ମାନବବାଦ ସଙ୍ଗଠନର ଆମାନୁଷିକ ଆକ୍ରମଣ, ଶାସକ ଦଳକୁ ଟାର୍ଗେଟ କଲା ବିଜେପି

ମାନବବାଦ ସଙ୍ଗଠନ ନା କହି ଲୋକଙ୍କ ଉପରେ ଅତ୍ୟାଚାର କରିବା ଭଳି ଘୃଣ୍ୟ ମାନସିକତାର ଵ୍ୟକ୍ତିକୁ ବିଜେଡ଼ି ଦଳ ଗୁରୁ ବୋଲି ସମ୍ବୋଧନ କରୁଥିବା ନେଇ ପ୍ରଶ୍ନ ଉଠାଇଲେ ବିଜେପି ମୁଖପାତ୍ର । ଅଧିକ ପଢନ୍ତୁ...

ଯୁବକଙ୍କୁ ମାନବବାଦ ସଙ୍ଗଠନର ଆମାନୁଷିକ ଆକ୍ରମଣ, ଶାସକ ଦଳକୁ ଟାର୍ଗେଟ କଲା ବିଜେପି
ଯୁବକଙ୍କୁ ମାନବବାଦ ସଙ୍ଗଠନର ଆମାନୁଷିକ ଆକ୍ରମଣ, ଶାସକ ଦଳକୁ ଟାର୍ଗେଟ କଲା ବିଜେପି

By

Published : Aug 30, 2021, 6:53 PM IST

ଭୁବନେଶ୍ବର:ମାନବବାଦ ସଙ୍ଗଠନ ନାଁ କହି ଲୋକଙ୍କ ଉପରେ ଅତ୍ୟାଚାର କରିବା ଭଳି ଘୃଣ୍ୟ ମାନସିକତାର ଵ୍ୟକ୍ତିକୁ ବିଜେଡ଼ି ନେତାମାନେ ଗୁରୁ ବୋଲି କହିଛନ୍ତି । ସୂଚନାନୁସାରେ ଖୋର୍ଦ୍ଧା ବେଗୁନିଆରେ ଗୁଣ୍ଡାରାଜ କରି ଲୋକଙ୍କୁ ଭୟଭୀତ କରାଉଥିବା ମାନସ ଦାସ (ଗୁରୁଜୀ) ସ୍ଥାନୀୟ ଅଞ୍ଚଳରେ କେତେ ପ୍ରଭାବଶାଳୀ ତାହାକୁ ନେଇ ଶାସକ ଦଳର ସାଂସଦ, ବିଧାୟକ ଓ ବଡ ବଡ ନେତା ତାଙ୍କୁ ମୁଣ୍ଡିଆ ମାରୁଥିବା ନେଇ କହିଛନ୍ତି ବିଜେପି ନେତା । ଆଉ ମାନସ ଦାସ ଏକ ଆଧ୍ୟାତ୍ମିକ ଗୁରୁର ମୁଖା ପିନ୍ଧି ଆତଙ୍କରାଜ ଚଳାନ୍ତି । ବେଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଉଥିବା ଏହି ବ୍ୟକ୍ତି ମାନସ ଦାସର ମାନବବାଦ ସଙ୍ଗଠନ ଗୁଣ୍ଡାଗିରି କାର୍ଯ୍ୟରେ ଲିପ୍ତ ଥିବାବେଳେ ନେତା, ପୋଲିସ ଓ ଅଧିକାରୀ ତାଙ୍କର ବୋଲକରା ପରି କାମ କରନ୍ତି ।

ଯୁବକଙ୍କୁ ମାନବବାଦ ସଙ୍ଗଠନର ଆମାନୁଷିକ ଆକ୍ରମଣ, ଶାସକ ଦଳକୁ ଟାର୍ଗେଟ କଲା ବିଜେପି

ସେଥିପାଇଁ ମାନସଙ୍କ ବିରୋଧରେ ଅଭିଯୋଗ ହେଲେ ବି କେହି ପଦକ୍ଷେପ ନେବାକୁ ସାହାସ କରୁନାହାନ୍ତି । ନିଜ ସଙ୍ଗଠନରେ ସାମିଲ ନ ହେବାରୁ ବାପ ପୁଅଙ୍କୁ ଗଡେଇ ତଡେଇ ମାଡ ମାରିବାର ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସେପଟେ 2019 ନିର୍ବାଚନବେଳେ ଅନେକ ନେତା ଓ ମନ୍ତ୍ରୀ ମୁଣ୍ଡିଆ ମାରିଥିବା ନେଇ ସୂଚନା ମିଳିଛି । ତେବେ ଏଭଳି ଅମାନୁଷିକ କାର୍ଯ୍ୟ କରୁଥିବା ଵ୍ୟକ୍ତିଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ କରିବା ସ୍ପଷ୍ଟ ବୟାନ କରୁଛି ଯେ ପ୍ରଶାସନ ଓ ବିଜେଡ଼ିର ପୃଷ୍ଠପୋଷକତାରେ ଏସବୁ ଚାଲିଛି । ତେବେ ଏନେଇ ଯଦି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଆଗାମୀ ଦିନରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details