ଓଡିଶା

odisha

ETV Bharat / city

ସମରେ ଆରମ୍ଭ ହେଲା କୋଭାକ୍ସିନର ମାନବ ପରୀକ୍ଷଣ

କୋରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-19 ଭ୍ୟାକସିନର ମାନବ ପରୀକ୍ଷଣ ଆଜି ରାଜ୍ୟର ସମ ହସ୍ପିଟାଲରେ ଆରମ୍ଭ ହୋଇଛି । ଅଧିକ ଖବର ପଢନ୍ତୁ...

By

Published : Jul 27, 2020, 7:29 PM IST

Updated : Jul 27, 2020, 8:50 PM IST

ସମ୍ ରେ ଆରମ୍ଭ ହେଲା କୋଭାକ୍ସିନର ମାନବ ପରୀକ୍ଷଣ
ସମ୍ ରେ ଆରମ୍ଭ ହେଲା କୋଭାକ୍ସିନର ମାନବ ପରୀକ୍ଷଣ

ଭୁବନେଶ୍ବର: କୋରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-19 ଭ୍ୟାକସିନର ମାନବ ପରୀକ୍ଷଣ ଆଜି ରାଜ୍ୟର ସମ ହସ୍ପିଟାଲରେ ଆରମ୍ଭ ହୋଇଛି । ସମ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ 20 ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେଣ୍ଟିଭ୍ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟରେ ସ୍ବେଚ୍ଛାସେବୀ ମାନଙ୍କ ଶରୀରରେ ଏହି ଭ୍ୟାକସିନର ପ୍ରୟୋଗ କରାଯାଇଛି ।

ସମ୍ ରେ ଆରମ୍ଭ ହେଲା କୋଭାକ୍ସିନର ମାନବ ପରୀକ୍ଷଣ

ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରାଯାଇଥିବା କୋଭାକ୍ସିନ ନାମକ ଏହି ଭ୍ୟାକସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଉଥିବା ସୂଚନା ଦେଇଛନ୍ତି ଏହି ପରୀକ୍ଷଣ ପ୍ରକ୍ରିୟାର ମୁଖ୍ୟ ପରୀକ୍ଷକ ଡ଼ଃ ଇ. ଭେଙ୍କଟ ରାଓ । ବିଭିନ୍ନ ପର୍ଯ୍ୟାୟରେ ସ୍କ୍ରିନିଂ କରାଯିବା ପରେ ସ୍ବେଚ୍ଛାସେବୀ ମାନଙ୍କ ଶରୀରରେ ଭ୍ୟାକସିନ ପ୍ରୟୋଗ କରାଯାଇଥିବା ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ଡ଼ଃ ରାଓ ସୂଚନା ଦେଇଛନ୍ତି ।

ପରୀକ୍ଷଣ ପରେ ସ୍ବେଚ୍ଛାସେବୀ ମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ଓ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଡ଼ଃ ରାଓ ସୂଚନା ଦେଇଛନ୍ତି । ଭାରତ ବାୟୋଟେକକୁ ଏହି ଭ୍ୟାକସିନ ପରୀକ୍ଷଣରେ ସହଯୋଗ କରୁଥିବା ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର ) ପରୀକ୍ଷଣ ନିମନ୍ତେ ଦେଶର 12 ଟି ସ୍ବାସ୍ଥ୍ୟ ସେବା ଅନୁଷ୍ଠାନକୁ ବାଛିଥିବା ବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲକୁ ମନୋନୀତ କରାଯାଇଛି । ଇଚ୍ଛୁକ ସ୍ବେଚ୍ଛାସେବୀ ମାନେ (ptctu.soa.ac.in) ୱେବସାଇଟରେ ରେଜିଷ୍ଟ୍ରସନ କରିପାରିବେ। ଏହି ବ୍ୟକ୍ତି ରୋଗମୁକ୍ତ ହୋଇଥିବା ସହ ସ୍କ୍ରିନିଂ ପ୍ରକ୍ରିୟା ମାଧ୍ୟମରେ କେତେକ ପ୍ରଶ୍ନର ଉତ୍ତର ଦେଇ ୱେବସାଇଟରେ ନିଜ ନାମ ପଞ୍ଜିକୃତ କରି ପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 27, 2020, 8:50 PM IST

ABOUT THE AUTHOR

...view details