ଓଡିଶା

odisha

ETV Bharat / city

ସୁରକ୍ଷା ମାଗିଲେ ଭେଡେନ ଗଣଦୁଷ୍କର୍ମ ପୀଡିତା

ବରଗଡ ଜିଲ୍ଲା ଭେଡେନ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା 3 ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ 2ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ରାଜ୍ୟ ମାନବଧିକାର କମିଶନଙ୍କ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏହି ମାମଲାର ପୀଡିତା ସୁରକ୍ଷା ଦାବିକରି କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ।

By

Published : Nov 26, 2019, 8:38 PM IST

PHOTO
ମାନବଧିକାର କମିଶନ

ଭୁବନେଶ୍ବର: ଖୋଲିଲା ‘ତିନି’ ବର୍ଷ ତଳର ପୁରୁଣା ମାମଲା । ପୁଣି ଚର୍ଚ୍ଚାକୁ ଫେରିଛି ଭେଡେନ ଗଣଦୁଷ୍କର୍ମ ଘଟଣା । ଏହି ମାମଲା ପୋଲିସ ବିରୋଧରେ ରହିଥିବା ନେଇ ଚର୍ଚ୍ଚା ହେଉଛି । ପୀଡିତାଙ୍କୁ ଜୀବନରୁ ମାରିଦେବାକୁ ଆସୁଛି ଧମକ। ନିଜର ସୁରକ୍ଷା ଓ ଦୋଷୀ ମାନଙ୍କୁ ଦଣ୍ଡ ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ନିବେଦନ କରିଛନ୍ତି ପୀଡିତା ।

ଭିଡିଓ ସୌଜନ୍ଯ; ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, କଙ୍ଗାରୁକୋର୍ଟ ଦ୍ବାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର 3 ମହିଳାଙ୍କୁ ଗତ 2016 ମସିହା ସେପ୍ଟେମ୍ବର 23 ତାରିଖରେ ଭେଡେନ ଥାନାର କିଛି ପୋଲିସ କର୍ମଚାରୀ ଘରୁ ପୋଲିସ ଭ୍ୟାନରେ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ପରେ ଅସାମାଜିକ ଲୋକଙ୍କ ହାତରେ ଏହି ମହିଳାଙ୍କୁ ସମର୍ପଣ କରିଦେଇଥିଲେ। ଏହି ଅସାମାଜିକ ଲୋକେ ଉକ୍ତ 3 ମହିଳାଙ୍କୁ 10 ଦିନ ଜଙ୍ଗଲରେ ରଖି ବାରମ୍ବାର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଖସି ଆସି ଥିବାବେଳେ ଆଉ 2 ଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।


ତେବେ ଏହି ମାମଲାରେ ପୋଲିସ ଦୋଷୀ ସାବ୍ୟସ୍ତ ହେବାପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମାନବାଧିକାର କମିଶନ ବରଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ପୀଡିତା ଅଭିଯୋଗ କରିଛନ୍ତି ତାଙ୍କୁ ସୁରକ୍ଷା ଦିଆଯାଉ । ଅଭିଯୁକ୍ତ ମାନେ ତାଙ୍କୁ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details