ଓଡିଶା

odisha

ETV Bharat / city

‘3ମାସ ମଧ୍ୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବେ’ - ଟ୍ରାଫିକ ଡିସିପି

ନିୟମ କୋହଳ କରିଛ । ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବେ । ତୁରନ୍ତ ଜଣାଅ । ରାଜ୍ୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ରିପୋର୍ଟ ତଲବ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନନେଶ୍ବର

By

Published : Sep 21, 2019, 11:02 PM IST

ଭୁବନେଶ୍ବର: ଦେଶରେ ଚଳିତ ମାସରୁ କାର୍ଯ୍ୟକାରୀ ହୋଇଛି ନୂଆ ମଟର ଯାନ ଆଇନ । ବୃଦ୍ଧି ପାଉଥିବା ଦୁର୍ଘଟଣା ସହ ଧନ ଜୀବନକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ନୂଆ ମୋଟର ଯାନ ଆଇନ ପ୍ରଚଳନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏହାକୁ ତୁରନ୍ତ ଲାଗୁ କରିଥିଲେ । ହେଲେ ମୋଟା ଅଙ୍କର ଫାଇନ ସହ ଲୋକଙ୍କୁ ବିନା ସଚେତନରେ ଏହି ଆଇନ ଲାଗୁ ହୋଇଥିବାରୁ ସାଧାରଣ ଲୋକେ ଏହାର କଡା ଜବାଜ ଦେଇଥିଲେ । ଫଳରେ ସରକାର ଚାପରେ ଆସି ଆଇନକୁ 3ମାସ କୋହଳ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନନେଶ୍ବର

ହେଲେ ସରକାରଙ୍କୁ ଏବେ ମହଙ୍ଗା ପଡିପାରେ ଆଇନ କୋହଳ କରିଥିବାରୁ । ରାଜ୍ୟ ମାନବାଧିକାର କମିଶନ ଏନେଇ ପ୍ରଶ୍ନ ଉଠାଇବା ସହ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି । ମାନବାଧିକାର କମିଶନ କହିଛନ୍ତି ଯଦି ଏହି 3ମାସ ମଧ୍ୟରେ ରାଜ୍ୟରେ କୌଣସି ଦୁର୍ଘଟଣା ଘଟେ କିଏ ଦାୟୀ ରହିବେ ? କମିଶନ ପ୍ରଶ୍ନ କରିଛନ୍ତି ଅଭ୍ୟାସ ଗତ ଭାବେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବିଭିନ୍ନ ଗାଡିର ମଧ୍ୟ ନିୟମିତ ଯାଞ୍ଚ ହେଉନି । ଖାଲି ଏତିକି ନୁହେଁ ଟ୍ରାଫିକ କର୍ମଚାରୀ ଓ ଜନତା ମଧ୍ୟରେ ଆକ୍ରଶମୂଳକ ଲଢେଇ ମଧ୍ୟ ହେଉଛି ।

ତେଣୁ ଏହି 3ମାସ ମଧ୍ୟରେ ଯଦି ଦୁର୍ଘଟଣା ଘଟେ କିଏ କ୍ଷତିପୂରଣ ଦେବ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ଟ୍ରାଫିକ ଡିସିପି ଓ କଟକ ଭୁବନେଶ୍ବର ଆରଟିଓ ଙ୍କୁ ରିପୋର୍ଟ ତଲବ କରିଛନ୍ତି କମିଶନ ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details