ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ 156 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 2104କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ସଂଖ୍ୟା 969 ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ରାଜ୍ୟରେ 1126 ଜଣ ସୁସ୍ଥ ହୋଇଥିବା ବେଳେ 7 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ରାଜ୍ୟରେ ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର 29ଟି ଜିଲ୍ଲାରୁ 156 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 153 ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ଅନ୍ୟ 3 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।