ଭୁବନେଶ୍ବର: ଓଡିଶାରୁ ଭୋପାଳ ଭାୟା ପଶ୍ଚିମବଙ୍ଗ ଦେଇ ମଧ୍ଯପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ । ମିଡିଲମ୍ଯାନ ଜରିଆରେ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ପିକଅପ ଭ୍ଯାନ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଠାରେ ଏମିତି ଗଞ୍ଜେଇ ବୋଝେଇ ପିକଅପ ଭ୍ଯାନକୁ ଜବତ କରିଛି ଏସଟିଏଫ ଟିମ । ଏହା ସହ ଗଞ୍ଜେଇ ନେଉଥିବା ମଧ୍ଯପ୍ରଦେଶର ମିଡିଲମ୍ଯାନ ସହ ଗାଡିର ଡ୍ରାଇଭର ହେଲପର ସମେତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି ।
ତେବେ ସବୁଠୁ ବଡ କଥା ହେଲା ସେମାନଙ୍କ ଠାରୁ ୯ ଲକ୍ଷ ୭୭ ହଜାର ୨୦୦ ନଗଦ ଟଙ୍କା ଜବତ କରାଯାଇଛି । ଏହାସହ ୪୭୯ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ଯ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ।