ଓଡିଶା

odisha

ETV Bharat / city

କରୋନା ମୁକାବିଲାରେ ହେବନି ସମସ୍ଯା, ପହଞ୍ଚିଲା ମାସ୍କ ଓ କିଟ ବୋଝେଇ ବିମାନ

ଆଗକୁ ଦେଖି ଆଗୁଆ ସତର୍କ । ସମସ୍ୟା ଉପୁଜିବା ପୂର୍ବରୁ ରାଜ୍ୟରେ ପହଞ୍ଚିଲା ବିପୁଳ ପରିମାଣର ମାସ୍କ ଓ ଟେଷ୍ଟିଂ କିଟ । ଅଧିକ ପଢନ୍ତୁ...

By

Published : Mar 29, 2020, 7:13 AM IST

କରୋନା ମୁକାବିଲାରେ ହେବନି ସମସ୍ଯା, ପହଞ୍ଚିଲା ମାସ୍କ ଓ କିଟ ବୋଝେଇ ବିମାନ
କରୋନା ମୁକାବିଲାରେ ହେବନି ସମସ୍ଯା, ପହଞ୍ଚିଲା ମାସ୍କ ଓ କିଟ ବୋଝେଇ ବିମାନ

ଭୁବନେଶ୍ବର: କୋରୋନା ମୁକାବିଲା ନେଇ ରାଜ୍ୟରେ ହେବନି ସମସ୍ୟା । ରାଜ୍ୟରେ ପହଞ୍ଚିଲା ବିପୁଳ ପରିମାଣର ମାସ୍କ, ସାନିଟାଇଜର, ଟେଷ୍ଟିଂ କିଟ ସହ ଔଷଧ । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ 9i917 ଦିଲ୍ଲୀ ବାହାରି ଭାୟା ରାୟପୁର ଦେଇ ଅପରାହ୍ନ 5ଟା 07ରେ ଭୁବନେଶ୍ବରରେ ପହଞ୍ଚିଛି କାର୍ଗୋ ବିମାନ । 133ଟି କାର୍ଟୁନରେ ବିପୁଳ ପରିମାଣ ମାସ୍କ ସହ କୋରୋନା ଟେଷ୍ଟିଂ କିଟ ପହଞ୍ଚିଛି ।

ରାଜ୍ୟରେ କୋରୋନା ସ୍ଥିତି ଦ୍ବିତୀୟ ପର୍ଯ୍ୟାୟରେ ରହିଥିବାବେଳେ, ଦେଶବ୍ୟାପୀ କିନ୍ତୁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଫଳରେ ଆଗକୁ କୋରୋନା ମହାମାରୀର ରୂପ ନେଇପାରେ । ତେବେ ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ନିହାତି ଏହାକୁ ମାତ ଦେବ । ଏପରି ସ୍ଥିତିରେ ମାସ୍କର ଆବଶ୍ୟକତା ଓ ଟେଷ୍ଟିଂ କିଟର ଆବଶ୍ୟକତା ଦୃଷ୍ଟିରୁ ଦିଲ୍ଲୀରୁ ଆସିଥିବା ଏହି ସବୁ କିଟ ସ୍ବାସ୍ଥ୍ୟ ସେବା ଦିଗରେ ବିରାଟ ଭୂମିକା ନେବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details