ଭୁବନେଶ୍ବର: ଓଡିଶା ମାର୍କେଟରେ ଜାଲ୍ ନୋଟ କାରନାର । ସୁନାବେଡାରୁ ଧରାପଡିଲା ବିପୁଳ ପରିମାଣର ଜାଲ୍ ନୋଟ । ସୁନାବେଡା ବସଷ୍ଟାଣ୍ଡରେ ଯିବା ପାଇଁ ଉଦ୍ୟମ ବେଳେ ଜବତ କଲା ଏସଟିଏଫ ।
ସୁନାବେଡାରୁ ବିପୁଳ ଜାଲ୍ ନୋଟ୍ ଜବତ, ଜଣେ ଗିରଫ - ଭୁବନେଶ୍ବର
ଓଡିଶା ମାର୍କେଟରେ ଜାଲ୍ ନୋଟ କାରନାର । ସୁନାବେଡାରୁ ଧରାପଡିଲା ବିପୁଳ ପରିମାଣର ଜାଲ୍ ନୋଟ । ଅଧିକ ପଢନ୍ତୁ...
![ସୁନାବେଡାରୁ ବିପୁଳ ଜାଲ୍ ନୋଟ୍ ଜବତ, ଜଣେ ଗିରଫ ସୁନାବେଡାରୁ ବିପୁଳ ଜାଲ୍ ନୋଟ୍ ଜବତ, ଜଣେ ଗିରଫ](https://etvbharatimages.akamaized.net/etvbharat/prod-images/768-512-9669336-927-9669336-1606369611565.jpg)
ସୁନାବେଡାରୁ ବିପୁଳ ଜାଲ୍ ନୋଟ୍ ଜବତ, ଜଣେ ଗିରଫ
୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ଏସଟିଏଫ ଟିମ୍ । ଏଥିରେ ଅଛି ୨୦୦୦ ଟଙ୍କିଆ ନୋଟ୍ । ତେବେ ଚାଲାଣ କରୁଥିବା କୋରାପୁଟର ଅନାମ ଖିଲୋକୁ ଗିରଫ କରିଛି ଏସଟିଏଫ ଟିମ୍ । ଏନେଇ ସୁନାବେଡା ଥାନାରେ କେସ୍ ଆଧାରରେ କୋର୍ଟ ଚାଲାଣ କରାଯିବ ଅଭିଯୁକ୍ତ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ