ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ବ୍ରାଉନସୁଗାର ମାଫିଆ । 400 ଗ୍ରାମର ବ୍ରାଉନସୁଗର ଜବତ(brown Sugar Seized ) କରିଛି କମିଶନରେଟ ପୋଲିସ (commissionerate police)। ଯାହାର ମୂଲ୍ୟ 40 ଲକ୍ଷ ଟଙ୍କା ହୋଇଥିବା ବେଳେ ୩ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଶେଖ ମୁନା, ଅଖାତାର ହୁସେନ ଓ ଇସମାଇଲ ଖାନ। ସମସ୍ତେ ବାଲେଶ୍ବରର ହୋଇଥିବା ଜଣାପଡିଛି । ଖୋର୍ଦ୍ଧା ବାଲିଅନ୍ତାରୁ ବ୍ରାଉନସୁଗାର ଜବତ କରାଯାଇଛି ।
ରାଜଧାନୀରୁ ୪୦ ଲକ୍ଷର ବ୍ରାଉନସୁଗାର ଜବତ, ୩ ଗିରଫ ତେବେ ଭୁବନେଶ୍ବରରେ ଦିନକୁ ଦିନ ନିଶାକାରବାର ବୃଦ୍ଧି ହେଉଥିବା ବେଳେ ମାଫିଆଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି, ପୋଲିସ ଆଖିରେ ଧୂଳି ଦେଇ ନୂଆ ନୂଆ ପନ୍ଥା ଆପଣାଇ ବ୍ରାଉନସୁଗାର କାରବାର କରୁଛନ୍ତି ମାଫିଆ । ଏଥିରେ ମହିଳା ମାନେ ମଧ୍ୟ ସାମିଲ ରହୁଛନ୍ତି । ବ୍ରାଉନସୁଗାର କାରବାର ନେଇ ଅନେକ ସମୟରେ ପୋଲିସ ମହିଳା ଓ ପୁରୁଷ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ସୁଦ୍ଧା ମାଫିଆଙ୍କ ଉତ୍ପାତ କମିବାର ନା ଧରୁନି । ରାଜଧାନୀର ଗଳି କନ୍ଦିରେ ନିଶା କାରବାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ଅନେକ ସମୟରେ ଏହି ନିଶା ଖାଇ ଅପରାଧ ମଧ୍ୟ ଘଟାଉଛନ୍ତି ନିଶାଡି ।
ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ମ୍ୟୁନିସିପାଲଟି ମହିଳା କର୍ମଚାରୀଙ୍କୁ ହତ୍ୟା ! ତନାଘନା ଜାରି
ଏଥିରେ ରୋକ ଲଗାଇବାକୁ କମିଶନରେଟ ପୋଲିସ ଆରମ୍ଭ କରିଥିଲା ସ୍ପେଶିଆଲ ଡ୍ରାଇଭ । ଫଳରେ ନିଶା କାରବାର କରି ପୋଲିସ ଜାଲରେ ଛନ୍ଦି ହୋଇଯାଇଛନ୍ତି ଅନେକ ମାଫିଆ । ଚଳିତବର୍ଷ ସ୍ପେଶାଲ ଡ୍ରାଇଭରେ 750 ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବାବେଳେ 32 ଜଣ ଗିରଫ ହୋଇଛନ୍ତି ସେହିପରି 16ଟି କେସ କରାଯାଇଛି । 2021 କମିଶନରେଟ ପୋଲିସ କଟକ ଓ ଭୁବନେଶ୍ୱରରୁ 12 କିଲୋ 500 ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ।
ସେପ୍ଟେମ୍ବର ୮ ତାରିଖରେ ପଶ୍ଚିମବଙ୍ଗର ଜଣେ ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ ବାଲେଶ୍ବରରୁ ଗିରଫ କରାଯାଇଥିଲା । ବ୍ୟବସାୟୀ ନିକଟରୁ ୧ କୋଟି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା । ବାଲେଶ୍ବର ଅରଡି ବଜାର ନିକଟ ମସଜିଦ ଗଳିରେ ଲୁଚିଥିଲା ଏହି ବ୍ୟବସାୟୀ । ଖବର ପାଇଁ ଏସଟିଏଫ ଟିମ ରେଡ଼୍ କରି ଉକ୍ତ ବ୍ୟବସାୟୀକୁ ଅଟକ ରଖିବା ସହ ନିଶାଦ୍ରବ୍ୟ ଜବତ କରିଥିଲା। ରାଜ୍ୟ ବାହାରୁ ବ୍ରାଉନସୁଗାର ଆସି ତା' ନିକଟରେ ପହଞ୍ଚୁଥିଲା ବୋଲି ଖବର ମିଳିଛି ।
ଓଡି଼ଶାର ବିଭିନ୍ନ ସ୍ଥାନକୁ ଏହି ନିଶାଦ୍ରବ୍ୟ ସେ ସପ୍ଲାଏ କରୁଥିଲା । ସେହିପରି ଗତ ୨୨ ତାରିଖ ଦିନ ବରଗଡ ଅବକାରୀ ବିଭାଗର ମହାନ୍ତିପଡ଼ା ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଜଣଙ୍କୁ ଗିରଫ କରିଥିଲା । ସହରର ମହାନ୍ତିପଡ଼ା ଅଞ୍ଚଳରେ ରାଜୁ ତାଣ୍ଡି ନାମକ ଯୁବକ ବ୍ରାଉନସୁଗାର ବିକ୍ରି ପାଇଁ ଉଦ୍ୟମ ଚଳାଇଥିଲା । ପରେ ରାଜୁ ପାଖରୁ ତିରିଶ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର 297 ଗ୍ରାମ ବ୍ରାଉନସୁଗାରକୁ ଜବତ କରିଥିଲେ ଅବକାରୀ ବିଭାଗ ।