ଭୁବନେଶ୍ବର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନୂଆ ଟେନସନ । 2019 ଏପ୍ରିଲ 1ପୂର୍ବରୁ ଗାଡି କିଣିଥିଲେ ହୋଇଯାଆନ୍ତୁ ଆଲର୍ଟ। HSRP ନମ୍ବର ପ୍ଲେଟ ଯଥାଶୀଘ୍ର ନଲଗାଇଲେ ପଡିପାରେ ଫାଇନ । ୨୦୧୯ ପୂର୍ବରୁ ରେଜିଷ୍ଟ୍ରେସନ ହୋଇଥିବା ଗାଡିର ନମ୍ବର ପ୍ଲେଟ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ହୋଇନଥିବାରୁ ପରିବହନ ବିଭାଗ ଏହାକୁ ଅପଗ୍ରେଡ କରିବାକୁ ଅଭିଯାନ ଆରମ୍ଭ କରିବ । HSRP ନମ୍ବର ପ୍ଲେଟ ଲଗାଇବା ପାଇଁ ଡିସେମ୍ବର ୩୧ ତାରିଖ ଯାଏଁ ସମୟ ସୀମା ରହିଛି । ୨୦୨୩ ବେଳକୁ ଏହି ଅପଗ୍ରେଡ ବାଧ୍ୟତାମୂଳକ ହେବ ।
ନୂଆ ନମ୍ବର ପ୍ଲେଟ ଅପଗ୍ରେଡ ହୋଇନଥିଲେ ମୋଟର ଭେଇକିଲ ଆକ୍ଟ 192 ଆଧାରରେ ଦେବାକୁ ପଡିପାରେ 5ରୁ 10ହଜାର ପର୍ଯ୍ୟନ୍ତ ଫାଇନ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ ବିଭାଗ । ଦୁଇ ଚକିଆ ଯାନରେ ଦୁଇଟି HSRP ନମ୍ବର ପ୍ଲେଟ୍କୁ ଅପଗ୍ରେଡ୍ କରିବାକୁ ବାଧ୍ୟତା ମୂଳକ କରାଯାଇଛି । ତା ସହ ଗାଡ଼ି ମିରରରେ ମଧ୍ୟ ତୃତୀୟ ନମ୍ବର ପ୍ଲେଟ୍ ଲାଗିବ । ଏହା HSRP ନମ୍ବର ପ୍ଲେଟ୍ ନିୟମ ମଧ୍ୟରେ ଆସୁଛି ।
୨୦୧୯ ପୁର୍ବରୁ ଗାଡି କିଣିଥିଲେ ହୁସିଆର, ଲଗାନ୍ତୁ HSRP ନମ୍ବର ପ୍ଲେଟ୍ ନଲଗାଇଲେ ଫାଇନ୍
କିପରି କରିବେ ପୁରୁଣା ଗାଡିର HSRP ନମ୍ବର ପ୍ଲେଟ୍ ଅପଗ୍ରେଡ୍, ଜାଣନ୍ତୁ...
ଯଦି ଆପଣଙ୍କ ଗାଡିର ଶେଷ ନମ୍ବର ୧ ବା ୨ ଥିବ ତେବେ ଅଗଷ୍ଟ ୩୧ ସୁଦ୍ଧା ଆପଣଙ୍କୁ ନମ୍ବର ଅପଡେଟ କରିବାକୁ ହେବ । ସେହିପରି ଶେଷ ନମ୍ବର ୨ ବା ୩ ଥିଲେ ସେପ୍ଟେମ୍ବର ୩୦ ସୁଦ୍ଧା ଅପଡେଟ୍ କରିବାକୁ ହେବ । ସେହିପରି ଶେଷ ନମ୍ବର ୪ ବା ୫ ଥିଲେ ଅକ୍ଟୋବର ୩୧ ସୁଦ୍ଧା, ଶେଷ ନମ୍ବର ୬ ବା ୭ ଥିଲେ ନଭେମ୍ବର ୩୦, ଶେଷ ନମ୍ବର ୮ ବା ୯ ଥିଲେ ଡିସେମ୍ବର ୩୧ ସୁଦ୍ଧା ପୁରୁଣା ଗାଡ଼ିର ନମ୍ବରକୁ HSRP ନମ୍ବର ପ୍ଲେଟ୍ରେ ଅପଗ୍ରେଡ କରିବାକୁ ହେବ ।
ରାଜ୍ୟ ପରିବହନ ବିଭାଗର ଏକ ସ୍ବତନ୍ତ୍ର ଢାଞ୍ଚାରେ ଏହି ନମ୍ବର ପ୍ଲେଟ ଡିଜାଇନ କରିଛି । ଯେଉଁଥିରେ ଅନେକ ଫିଚର ରହିଛି । ଏହାଦ୍ବାରା ଗାଡି ଚୋରି ହେବାର ସମ୍ଭାବନା କମ୍ ରହିବ । ତାସହିତ ଗାଡ଼ି ହଜିଗଲେ ମଧ୍ୟ ଟ୍ରାକ କରିବା ସହଜ ହେବ । ଏହି ମାଗ୍ନେଟିକ ନମ୍ବର ପ୍ଲେଟ ଲଗାଇବାକୁ ରାଜ୍ୟ ପରିବହନ ବିଭାଗ ୪ଟି ଭେଣ୍ଡରକୁ ଅନୁମତି ଦେଇଛି । ଏନେଇ ଅନଲାଇନରେ ଆବେଦନ କଲେ ସେହି ଭେଣ୍ଡରଙ୍କ ଜରିଆରେ ନମ୍ବର ପ୍ଲେଟ ଲଗାଇପାରିବେ ।
ଏନେଇ ପ୍ରଥମ ଭେଣ୍ଡର ଭାବେ SIAM indiaକୁ ଜୁନ ୧ରୁ ଅନଲାଇନରେ ବୁକ୍ କରିବାକୁ ବିଜ୍ଞପ୍ତି ଜାରି କରିଛି । ତେଣୁ siam.in ସାଇଟ୍ ଭିଜିଟ କରି ଅନଲାଇନରେ ନୂଆ ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିବେ । ନମ୍ବର ପ୍ଲେଟ ବଦଳାଇବା ପାଇଁ ଏକ ତାରିଖ ଧାର୍ଯ୍ୟ ହେବ । ପରେ ସେହିଦିନ ନୂତନ ନମ୍ବର ଅପଗ୍ରେଡ ହୋଇପାରିବ ।