ଭୁବନେଶ୍ବର: କେବଳ ସିସିଟିଭି କ୍ୟାମେରା ଲାଗିଥିବା ସେଣ୍ଟରରେ ହେବ +୨ ପରୀକ୍ଷା । ଏଥିପାଇଁ ସମସ୍ତ ଯୁକ୍ତ ଦୁଇ କଲେଜଙ୍କୁ ଉଚ୍ଚ ମାଧ୍ୟମିକ ପରିଷଦ କଡା ତାଗିଦ କରିବା ସହ ଚିଠି ଜାରି କରିଛି । ଯେଉଁଥିରେ ଆସନ୍ତା 10 ତାରିଖ ସୁଦ୍ଧା ସମସ୍ତ ଯୁକ୍ତ ଦୁଇ କଲେଜରେ ସିସିଟିଭି ଲଗାଯାଇଥିବା ନେଇ ରିପୋର୍ଟ ଦେବାକୁ କୁହାଯାଇଛି ।
ଯେଉଁ ଜୁନିଅର କଲେଜ ସିସିଟିଭି ଲଗାଇବା ନିୟମରେ ଖିଲାପ କରେ, ସେହି କଲେଜକୁ +୨ ପରୀକ୍ଷା କେନ୍ଦ୍ର ପାଇଁ ବିବେଚିତ କରାଯିବ ନାହିଁ । ତେବେ କେବଳ +୨ ପରୀକ୍ଷା ନୁହେଁ ସେଲଫ୍ ଫାଇନାନ୍ସିଂ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ CCTV ହଲ୍ରେ କରାଯିବ । ଆଉ ଏହି ପୂରା ପରୀକ୍ଷାକୁ ରେକର୍ଡିଂ କରି ରଖିବାକୁ ସବୁ ପରୀକ୍ଷା କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି।