ଓଡିଶା

odisha

ETV Bharat / city

ECMO ଚିକିତ୍ସାରେ କିଭଳି ରହିଛି ଅମ୍ରିତଙ୍କ ସ୍ବାସ୍ଥ୍ୟବସ୍ଥା ? - ଫୁସଫୁସ ପ୍ରତିରୋପଣ

ଦୀର୍ଘ ଦୁଇ ସପ୍ତାହ ଧରି ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ECMO ସହାୟତାରେ ଚିକିତ୍ସିତ ହେଉଛନ୍ତି ଅମ୍ରିତ । ଅଧିକ ପଢନ୍ତୁ...

ECMO ଚିକିତ୍ସାରେ କିଭଳି ରହିଛି ଅମ୍ରିତଙ୍କ ସ୍ବାସ୍ଥ୍ୟବସ୍ଥା ?
ECMO ଚିକିତ୍ସାରେ କିଭଳି ରହିଛି ଅମ୍ରିତଙ୍କ ସ୍ବାସ୍ଥ୍ୟବସ୍ଥା ?

By

Published : Jun 20, 2021, 10:04 PM IST

ଭୁବନେଶ୍ବର: ଅମ୍ରିତଙ୍କ ସ୍ୱାସ୍ଥ୍ୟ ପାରାମିଟର ସ୍ଥିର ରହିଛି । କିନ୍ତୁ ଫୁସଫୁସରେ କୋୖଣସି ଉନ୍ନତି ହୋଇନାହିଁ । ତେଣୁ ଡାକ୍ତରମାନେ ସବୁ ସମୟରେ ତାଙ୍କ ଉପରେ ନଜର ରଖିଛନ୍ତି । ଡାକ୍ତରମାନେ ବ୍ରୋଙ୍କୋସ୍କୋପି କରିଛନ୍ତି (ଯାହା ପ୍ରତି 3-4 ଦିନ ପାଇଁ ଥରେ କରାଯାଇଥାଏ) । ସିକ୍ରେସନ୍ ଡିପୋଜୋନ୍ସର ଆଧାର କରି ଡାକ୍ତରମାନେ ସଂକ୍ରମଣର ବୃଦ୍ଧି ଉପରେ ସନ୍ଦେହ କରୁଛନ୍ତି । ତେଣୁ ନିଶ୍ଚିତ ହେବା ପାଇଁ ରକ୍ତ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛି । ତାଙ୍କର ମାଂସପେଶୀ ଶକ୍ତି ଦୁର୍ବଳ ହୋଇଯାଇଛି । ତାଙ୍କର ଫିଜିଓଥେରାପି ଚାଲିଛି ।

ECMO ଚିକିତ୍ସାରେ କିଭଳି ରହିଛି ଅମ୍ରିତଙ୍କ ସ୍ବାସ୍ଥ୍ୟବସ୍ଥା ?

ଯଦି ନହୁଏ ତେବେ ଫୁସଫୁସ ପ୍ରତିରୋପଣ କରିବାର ଆବଶ୍ୟକ ପଡିବ । ଏହା ପାଇଁ ସର୍ବନିମ୍ନ ସମୟ ଅବଧି 2 ମାସ ଏବଂ ତେଣୁ ଖର୍ଚ୍ଚ ହେବ 2.5 କୋଟି ଟଙ୍କା । ତାଙ୍କ ଅମ୍ଲଜାନସ୍ତର 6 ଲିଟର ଭିତରେ ରହୁଛି ଏବଂ ECMOରେ 60 ପ୍ରତିଶତ ବ୍ୟବହାର କରାଯାଉଛି । ଗତ ଦୁଇ ସପ୍ତାହ ହେଲା ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ECMO ସହାୟତାରେ ଚିକିତ୍ସିତ ହେଉଛନ୍ତି ଅମ୍ରିତ । ଏହାଛଡ଼ା ଅମ୍ରିତଙ୍କୁ ଶତ ପ୍ରତିଶତ ବଦଳରେ ଏବେ 60 ପ୍ରତିଶତ ECMO ସହାୟତା ଆବଶ୍ୟକ ପଡ଼ୁଛି । ସେପଟେ ବର୍ତ୍ତମାନ ସମୟରେ ତାଙ୍କୁ ଖାଇବା ପାଇଁ 2 ଦିନ କଷ୍ଟଡ଼ ଦିଆଯାଇଥିଲା କିନ୍ତୁ ଏହା ଫଳପ୍ରଦ ହେଲା ନାହିଁ ।

ତେବେ ଫୁସଫୁସର ସଂକ୍ରମଣ ନ କମିଲେ ଆଗକୁ ଫୁସଫୁସ ପ୍ରତିରୋପଣ କରିବା ପାଇଁ ଡାକ୍ତର କହିଥିବା ନେଇ ସୂଚନା ଦେଇଛନ୍ତି ପରିବାର ଲୋକେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details