ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ବଢୁଛି ସାଇବର ଅପରାଧ, ସାମ୍ନାକୁ ଆସିଲା ଡାଟା ଲିକ୍ ଅଭିଯୋଗ

ଭୁବନେଶ୍ବରରେ ବଢୁଛି ସାଇବର ଅପରାଧ । ତେବେ କିପରି ଆପଣଙ୍କ ଡାଟା ପାଉଛନ୍ତି ଅପରାଧୀ । ଜାଣନ୍ତୁ...

ସାଇବର ଅପରାଧ
ସାଇବର ଅପରାଧ

By

Published : Jan 27, 2021, 7:48 PM IST

ଭୁବନେଶ୍ବର: ଆକାଉଣ୍ଟ ବା କ୍ରେଡିଟ କାର୍ଡ ଡିଲ୍ କରୁଥିଲେ ସାବଧାନ ! ନଚେତ ଆପଣଙ୍କୁ ଆସିପାରେ ସାଇବର ଠକାମିର କଲ। କାରଣ ଆପଣଙ୍କ ଆକାଉଣ୍ଟ ଓ କାର୍ଡ ସଂକ୍ରାନ୍ତୀୟ ତଥ୍ୟ ଉପରେ ସାଇବର ଠକଙ୍କ ରହିଛି ନଜର।

ଏ ସଂକ୍ରାନ୍ତୀୟ ତଥ୍ୟ ପ୍ରଦାନ ବେଳେ ସର୍ବଦା ଦିଅନ୍ତୁ ଧ୍ୟାନ। ନିଜର ତଥ୍ୟ ପ୍ରଦାନ ବେଳେ ଭଲ ଭାବେ ପରଖି ନିଅନ୍ତୁ ସେହି କର୍ମଚାରୀ ବ୍ୟାଙ୍କ ବା ଏଜେନ୍ସିର ସଠିକ ଲୋକ କି ନୁହେଁ। କାରଣ କମିଶନରେଟ ପୋଲିସକୁ ଆସିଛି ଡାଟା ଚୋରିର ଅଭିଯୋଗ।

ସାଇବର ଅପରାଧ

ବାଳକାଟୀର ସମରେନ୍ଦ୍ର ସାହୁ ନାମକ ବ୍ୟକ୍ତି ଏଭଳି ଠକାମିର ହୋଇଛନ୍ତି ଶିକାର। ନିଜର ଏକ କ୍ରେଡିଟ କାର୍ଡ ବ୍ୟବହାର ନ କରିବାକୁ ତଥା ବ୍ଲକ କରିବା ପାଇଁ ସମ୍ପୃକ୍ତ କ୍ରେଡିଟ କାର୍ଡର କଷ୍ଟମର କେୟାରକୁ ଫୋନ କରିଥିଲେ ସେ । ହେଲେ କିଛି ସମୟ ପରେ ତାଙ୍କୁ ହଠାତ ଅଜଣା କଲ ଆସିଲା । ଆପଣ ନିଜର କ୍ରେଡିଟ କାର୍ଡ ବନ୍ଦ କରିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ ପଚାରିଲେ। ସେଥିପାଇଁ ସେମାନେ ଏକ ଲିଙ୍କ ପଠାଇ ଏକ ଫର୍ମ ପୂରଣ ପାଇଁ କହିଥିଲେ। ସେହି ଲିଙ୍କରେ ଖୋଲିବା ପରେ ତାଙ୍କ କ୍ରେଡିଟ କାର୍ଡରୁ 50 ହଜାର ଟଙ୍କା ଠକିନେଲା ଠକ।

ଏନେଇ ଅଭିଯୋଗ ପରେ ପୋଲିସ ବ୍ୟକ୍ତି ଜଣଙ୍କ କଲ କରିଥିବା କଷ୍ଟମର କେୟାରକୁ ସନ୍ଦେହ କରୁଛି। କାରଣ ହଠାତ ସେହି ବ୍ୟକ୍ତିଟି ନିଜର କ୍ରେଡିଟ କାର୍ଡ ବନ୍ଦ କରିବା ସମ୍ପର୍କରେ କଷ୍ଟମର କେୟାରକୁ ଜଣାଇବା ପରେ ଆଉ ଜଣେ ବ୍ୟକ୍ତି ଜାଣିଲା କିପରି। ଅର୍ଥାତ କିଏ ଏହି ଇନର୍ଫରମେସନକୁ ସାଇବର ଠକକୁ ସେୟାର କଲା। ସେନେଇ ତଦନ୍ତ କରୁଛି କମିସନରେଟ ପୋଲିସ।

ବର୍ତ୍ତମାନ ଡାଟା ଚୋରି ବା ଲିକ ଏକ ବଡ ସମସ୍ୟା । କିଭଳି ଆପଣଙ୍କ ତଥ୍ୟ ସାଇବର ଠକ ପାଉଛନ୍ତି ସେନେଇ ଧ୍ୟାନ ଦେବାକୁ ସତର୍କ କରାଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ। ସେପଟେ ସାଇବର ଏକ୍ସପର୍ଟ କହିଛନ୍ତି, ‘ଲଟେରି ପାଇଁ ମଲରେ ଚିରକୁଟରେ ଦେଉଥିବା ତଥ୍ୟ ବା ବ୍ୟାଙ୍କର କାଗଜପତ୍ର ନିଜର କୌଣସି କାମ ପାଇଁ କାହାକୁ ଦେବା । ନଚେତ ସର୍ଭେ ଆଳରେ ଆପଣଙ୍କୁ ଠକ ମାଗୁଥିବା ତଥ୍ୟ ଦେଖି ଚାହିଁ ସେୟାର କରନ୍ତୁ । କାରଣ ସେହି ଡାଟା ବା ତଥ୍ୟରେ ହିଁ ସାଇବର ଠକ ପାଉଛନ୍ତି ଆପଣଙ୍କ ସୁରାକ।

ସେପଟେ କମିସନରେଟ ପୋଲିସର ହେଲପ ଡେସ୍କରେ ବିଗତ ତିନିଦିନରେ ଆସିଛି 123 ଟି ସାଇବର ଠକଙ୍କ କଲ। ଯେଉଁଥିରେ 24ତାରିଖରେ ଆସିଥିଲା 39 କଲ । ତେବେ ଏଥିରେ ଭୁବନେଶ୍ବରରୁ ଆସିଛି 16ଟି କଲ । ଯେଉଁଥିରେ କାର୍ଡରେ ଠକେଇ 2ଟି, ୟୁପିଆଇ ପେମେଣ୍ଟରେ 8ଟି ଠକେଇ ଓ ଫ୍ରଡ଼ କଲ କରି ଠକିବା 6ଟି ଅଭିଯୋଗ ଆସିଥିଲା ।

ସେଥିରୁ 10ଟି ନମ୍ବର ବ୍ଲକ କରାଯାଇଥିଲା। ସେହିପରି 25ତାରିଖରେ ଆସିଥିଲା 46 କଲ, ଯେଉଁଥିରେ ଥିଲା ଭୁବନେଶ୍ବରର 19ଟି କଲ। କାର୍ଡରେ ଠକେଇ 3ଟି, ୟୁପିଆଇ ପେମେଣ୍ଟରେ 5ଟି ଠକେଇ ଓ ଫ୍ରଡ଼ କଲର 11ଟି ଅଭିଯୋଗ ଆସିଥିଲା । ସେଥିରୁ 5 ଟି ନମ୍ବର ବ୍ଲକ କରାଯାଇଥିଲା।

ସେହିପରି ସାଧାରଣତନ୍ତ୍ର ଦିବସରେ ମଧ୍ୟ ଆସିଥିଲା 38କଲ । ଯେଉଁଥିରେ ଥିଲା ଭୁବନେଶ୍ବରର 11ଟି କଲ । କାର୍ଡରେ ଠକେଇ 4ଟି, ୟୁପିଆଇ ପେମେଣ୍ଟରେ ଗୋଟିଏ ଠକେଇ ଓ ଫ୍ରଡ଼ କଲର 6ଟି ଅଭିଯୋଗ ଆସିଥିଲା । ସେଥିରୁ 5ଟି ନମ୍ବର ବ୍ଲକ କରାଯାଇଥିଲା । ତେବେ ଭୁବନେଶ୍ବରରୁ ତିନି ଦିନ ଭିତରେ 10 ଲକ୍ଷ 38 ହଜାର 501ଟଙ୍କା ଠକ ଠକି ନେଇଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details