ଓଡିଶା

odisha

ETV Bharat / city

ହୋଲଡିଂ ଟ୍ୟାକ୍ସ ନଦେଲେ ଘର ସିଲ - ବିଏମସି

ହୋଲଡିଂ ଟ୍ୟାକ୍ସ ନଦେଲେ ଏବେ ସିଲ ହେବ ଘର । ଭୁବନେଶ୍ବରରେ ହୋଲଡିଂ ଟ୍ୟାକ୍ସ ଫାଙ୍କୁଥିବା ଲୋକଙ୍କ ପାଇଁ କଠୋର ହେଲା ବିଏମସି । ଅଧିକ ପଢନ୍ତୁ...

ହୋଲଡିଂ ଟ୍ୟାକ୍ସ ନଦେଲେ ଘର ସିଲ
ହୋଲଡିଂ ଟ୍ୟାକ୍ସ ନଦେଲେ ଘର ସିଲ

By

Published : Mar 14, 2021, 2:52 PM IST

ଭୁବନେଶ୍ବର: ହୋଲଡିଂ ଟ୍ୟାକ୍ସ ନଦେଲେ ଏବେ ସିଲ ହେବ ଘର । ଭୁବନେଶ୍ବରରେ ହୋଲଡିଂ ଟ୍ୟାକ୍ସ ଫାଙ୍କୁଥିବା ଲୋକଙ୍କ ପାଇଁ କଠୋର ହେଲା ବିଏମସି । ଟ୍ୟାକ୍ସ ନଦେଲେ ଘର ଏବଂ ଦୋକାନ ସିଲ କରିବାକୁ ଚରମବାଣୀ ଶୁଣାଇଲେ ବିଏମସି କର୍ତ୍ତୃପକ୍ଷ। ଏନେଇ ଜୋନାଲ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି ରାଜସ୍ବ ବିଭାଗ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର। ତେବେ ଟ୍ୟାକ୍ସ ଦେଇନଥିବା ଲୋକଙ୍କ ଉପରେ ସାର୍ଟିଫିକେଟ କେସ କରିବାକୁ ନିର୍ଦ୍ଦେଶ ।

ହୋଲଡିଂ ଟ୍ୟାକ୍ସ ନଦେଲେ ଘର ସିଲ

ସାଉଥ ଇଷ୍ଟ ଜୋନ, ସାଉଥ ୱେଷ୍ଟ ଜୋନ ଏବଂ ନର୍ଥ ଜୋନର ଜୋନାଲ ଡେପୁଟି କମିଶନର ମାନଙ୍କୁ ଏନେଇ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ କମିଶନର। ଏପଟେ ହୋଲଡିଂ ଟ୍ୟାକ୍ସ ଆଦାୟକୁ ନେଇ ବିଭିନ୍ନ ରାଜନୈତିକ ଦଳମାନେ ଜୋରଦାର ବିରୋଧ କରୁଛନ୍ତି । ଏପରିକି ବିଜେପି ଓ କଂଗ୍ରେସ, ବିଏମସି ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି।

ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ପ୍ରାୟ ୧୫ ଦିନ ବାକି ରହିଥିବା ବେଳେ ହୋଲଡିଂ ଟିକସ ଆଦାୟ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ବର ମହାନଗର ନିଗମ। ତେବେ ବକେୟା ହୋଲଡିଂ ଟିକସ ଫାଙ୍କୁ ଥିବା ଭୁବନେଶ୍ବର ବାସୀଙ୍କ ଠାରୁ ଆଦାୟ କରିବା ପାଇଁ ପୂର୍ବରୁ କିନ୍ନର ଓ ଏସଏଚଜି ମହିଳାମାନଙ୍କୁ ନିୟୋଜିତ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details