ଓଡିଶା

odisha

ETV Bharat / city

କୋଟିଆ ସ୍ଥିତି ପରଖିଲା ଗୃହ କମିଟି, ତଥ୍ୟ ରଖିଲେ ଜିଲ୍ଲାପାଳ - kotia dispute

ଆନ୍ତଃରାଜ୍ୟ ସୀମା ବିବାଦ ସମ୍ବନ୍ଧୀୟ ଗୃହ କମିଟି ବୈଠକ ଅନୁଷ୍ଠିତ । କୋଟିଆ ଗ୍ରାମପୁଞ୍ଜର ସମସ୍ୟା ବାବଦରେ ବୈଠକରେ ଆଲୋଚନା । ଅଧିକ ପଢନ୍ତୁ...

କୋଟିଆ ସ୍ଥିତି ପରଖିଲା ଗୃହ କମିଟି, ତଥ୍ୟ ରଖିଲେ ଜିଲ୍ଲାପାଳ
କୋଟିଆ ସ୍ଥିତି ପରଖିଲା ଗୃହ କମିଟି, ତଥ୍ୟ ରଖିଲେ ଜିଲ୍ଲାପାଳ

By

Published : Aug 25, 2021, 6:53 PM IST

ଭୁବନେଶ୍ବର:ଆନ୍ତଃରାଜ୍ୟ ସୀମା ବିବାଦ ସମ୍ବନ୍ଧୀୟ ଗୃହ କମିଟି ବୈଠକ ଆଜି(ବୁଧବାର) ଅନୁଷ୍ଠିତ ହୋଇଛି । ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବୈଠକରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲ୍ଲାର ୨୧ଟି କୋଟିଆ ଗ୍ରାମପୁଞ୍ଜର ସମସ୍ୟା ବାବଦରେ ଆଲୋଚନା ହୋଇଛି । ଗୃହ କମିଟି ଆଗରେ ସବିଶେଷ ତଥ୍ୟ ରଖିଛନ୍ତି କୋରାପୁଟ ଜିଲ୍ଲାପାଳ ।

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟକ୍ରମ ଏହି ଗ୍ରାମଗୁଡ଼ିକରେ କରାଯାଇଛି । ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍‍ ଯୋଗାଣ, ପାନୀୟ ଜଳଯୋଗାଣ, ରାସନ୍‌ କାର୍ଡ ବ୍ୟବସ୍ଥା ଆଦି ଯୋଗାଇ ଦିଆଯାଇଛି । ସରକାରୀ ଅଧିକାରୀମାନେ ଅଞ୍ଚଳବାସୀଙ୍କ ସହ ନିରନ୍ତର ଯୋଗାଯୋଗ କରୁଛନ୍ତି । ଆବଶ୍ୟକ ଅନୁସାରେ ସମସ୍ତ ସୁବିଧା ସେମାନଙ୍କୁ ପ୍ରଦାନ କରାଯାଉଥିବା କୋରାପୁଟ ଜିଲ୍ଲାପାଳ ଗୃହ କମିଟିକୁ ଅବଗତ କରିଛନ୍ତି ।

ବିଧାନସଭାର ବାଚସ୍ପତିଙ୍କ ସମ୍ମିଳନୀ କକ୍ଷରେ ବସିଥିବା ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅମର ଶତପଥୀ ଉପସ୍ଥିତ ଥିଲେ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଭୂପିନ୍ଦର ସିଂ, ମୋହନ ଚରଣ ମାଝୀ, ଡ. ନୃସିଂହ ଚରଣ ସାହୁ, ନାଉରି ନାଏକ, କେ. ନାରାୟଣ ରାଓ ପ୍ରମୁଖ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ । ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details