ଓଡିଶା

odisha

By

Published : Aug 16, 2020, 3:58 PM IST

ETV Bharat / city

ସଟଡାଉନ ନିୟମ ଉଲ୍ଲଙ୍ଘନ କରି ମଦ ବିକ୍ରି, ହୋଟେଲ ସିଲ କଲା ବିଏମସି

ସଟଡାଉନ ନିୟମ ଉଲ୍ଲଙ୍ଘନ କରି ମଦ ବିକ୍ରି, ହୋଟେଲ ଉତ୍କଳ ଇନକୁ ସିଲ କଲା ବିଏମସି । ଅନଲାଇନ ଡେଲିଭେରି ଆଳରେ କାଉଣ୍ଟରରେ ଚାଲିଥିଲା ବିୟର ବିକ୍ରି । ଅଧିକ ପଢନ୍ତୁ...

ସସଟଡାଉନ ନିୟମ ଉଲ୍ଲଙ୍ଘନ କରି ମଦ ବିକ୍ରି, ହୋଟେଲକୁ ସିଲ କଲା ବିଏମସି
ସସଟଡାଉନ ନିୟମ ଉଲ୍ଲଙ୍ଘନ କରି ମଦ ବିକ୍ରି, ହୋଟେଲକୁ ସିଲ କଲା ବିଏମସି

ଭୁବନେଶ୍ବର: ସଟଡାଉନ ନିୟମ ଉଲ୍ଲଙ୍ଘନ କରି ମଦ ବିକ୍ରି, ହୋଟେଲ ଉତ୍କଳ ଇନକୁ ସିଲ କଲା ବିଏମସି । ବିଏମସିର ଏକ ଟିମ ଓ କମିସନରେଟ ପୋଲିସର ମିଳିତ ଭାବେ ସିଲ କରିଛନ୍ତି ।

ସସଟଡାଉନ ନିୟମ ଉଲ୍ଲଙ୍ଘନ କରି ମଦ ବିକ୍ରି, ହୋଟେଲକୁ ସିଲ କଲା ବିଏମସି

ରାଜଧାନୀରେ ସଡଡାଉନ ନିୟମ ଉଲ୍ଲଙ୍ଘନ ବେଆଇନ ଭାବରେ ଚାଲିଛି ମଦ ବିକ୍ରି । ମହାମାରୀ କୋରୋନ ସମୟରେ ସବୁ ବନ୍ଦ ଥିବା ବେଳେ ହୋଟେଲ କମ ରେସ୍ତୋରଁରେ ଚାଲିଥିଲା ମଦ ବିକ୍ରି । ଏପରିକି ଅନଲାଇନ ଡେଲିଭେରି ଆଳରେ କାଉଣ୍ଟରରେ ଚାଲିଥିଲା ବିୟର ବିକ୍ରି । ବିଏମସି ଇନସ୍ପେକ୍ଟର ଚଢାଉ କରି କୋଭିଡ ଉଲ୍ଲଙ୍ଘନ ଅଭିଯୋଗରେ ଘରୋଇ ହୋଟେଲ ଉତ୍କଳ ଇନକୁ ସିଲ କରିଛନ୍ତି । ଏହା ରାଜଧାନୀରେ ବାର କମ ରେସ୍ତୋରାଁ ଭାବେ ପରିଚାଳିତ ହେଉଥିଲା ।

ଉକ୍ତ ହୋଟେଲକୁ କୋଭିଡ ଉଲ୍ଲଙ୍ଘନ ମାମଲାରେ ଷ୍ଟିକର ମାରିବା ସହ ତାଲାକୁ ଜଉ ଲଗାଇ ସିଲ କରାଯାଇଛି । ବର୍ତ୍ତମାନ କେତେଦିନ ପାଇଁ ସିଲ ହୋଇଛି ତାର କୌଣସି ସୂଚନା ଦିଆଯାଇନାହିଁ ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details