ଓଡିଶା

odisha

ETV Bharat / city

କୋରୋନା ମାଡରେ ହଲଚଲ ହୋଟେଲ ବ୍ୟବସାୟ, ହତାଶ କର୍ମଚାରୀ - କୋରୋନା ମାଡରେ ପ୍ରଭାବିତ ହୋଟେଲ ଓ ରେଷ୍ଟୁରାଣ୍ଟ

ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରୀରେ ବେଶୀ କ୍ଷତି ସହିଛନ୍ତି ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ। କମ ସଂଖ୍ୟକ କର୍ମଚାରୀରେ ହୋଟେଲ ଚାଲୁଥିବା ବେଳେ କଷ୍ଟମର ଆସୁନଥିବାରୁ ଶତପ୍ରତିଶତ କ୍ଷତିରେ ଚାଲୁଛି ହୋଟେଲ ଓ ରେଷ୍ଟୁରାଣ୍ଟ । ଅଧିକ ପଢନ୍ତୁ...

କୋରୋନା ମାଡରେ  ପ୍ରଭାବିତ  ହୋଟେଲ ଓ ରେଷ୍ଟୁରାଣ୍ଟ
କୋରୋନା ମାଡରେ ପ୍ରଭାବିତ ହୋଟେଲ ଓ ରେଷ୍ଟୁରାଣ୍ଟ

By

Published : May 23, 2021, 10:46 PM IST

ଭୁବନେଶ୍ବର: କୋରୋନା ମାଡରେ ପ୍ରଭାବିତ ହୋଇଛି ହୋଟେଲ ଓ ରେଷ୍ଟୁରାଣ୍ଟ । ରାଜ୍ୟର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟର ବନ୍ଦ ଥିବାରୁ ଗ୍ରାହକ ଆସୁନାହାନ୍ତି ।ଖାଲି ପାର୍ସଲ ନେବାର ବ୍ୟବସ୍ଥା ରହିଥିବା ବେଳେ ବେପାର ପୁରା ମାନ୍ଦା ପଡିଛି।

କୋରୋନା ମାଡରେ ପ୍ରଭାବିତ ହୋଟେଲ ଓ ରେଷ୍ଟୁରାଣ୍ଟ

ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରୀରେ ବେଶୀ କ୍ଷତି ସହିଛନ୍ତି ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ। କମ ସଂଖ୍ୟକ କର୍ମଚାରୀରେ ହୋଟେଲ ଚାଲୁଥିବା ବେଳେ କଷ୍ଟମର ଆସୁନଥିବାରୁ ଶତପ୍ରତିଶତ କ୍ଷତିରେ ଚାଲୁଛି ହୋଟେଲ ଓ ରେଷ୍ଟୁରାଣ୍ଟ ।ସବୁଠାରୁ ବଡ଼ବଡ଼ କଥା ହେଲା ତାଳବନ୍ଦ ଯୋଗୁ ପର୍ଯ୍ୟଟକ ଆସୁନଥିବାରୁ ହୋଟେଲ ଗୁଡିକ ବେଶୀ ପ୍ରଭାବିତ ହୋଇଛି ।

ରାଜ୍ୟରେ ୧୫୦ ରୁ ଉର୍ଦ୍ଧ୍ବ ତାରକା ହୋଟେଲ, 400-500 ହୋଟେଲ ଏବଂ ୧୪୦୦ ରୁ ୧୫୦୦ ସାଧାରଣ ହୋଟେଲରେ ହଜାର ହଜାର କର୍ମଚାରୀ କାମ କରୁଛନ୍ତି । ଏଭଳି ସ୍ଥିତିରେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟର ଅଧକ୍ଷ୍ୟ ଜେକେ ମହାନ୍ତି କୁହନ୍ତି, ବେପାର ନଥିବାରୁ କର୍ମଚାରୀମାନଙ୍କୁ ଦରମା ଦେବା ଏବେ ମୁସ୍କିଲ ହୋଇପଡିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଏଭଳି ସ୍ଥିତି ରୁହେ ତେବେ ପୂର୍ବ ବର୍ଷ ଭଳି ପୁଣି ଆଉ ଏକ ବର୍ଷ କ୍ଷତି ସହିବାକୁ ପଡିବ ।

ସରକାର ଯଦି ସେମାନଙ୍କର ବିକାଶ ପାଇଁ ଭିତ୍ତିଭୂମି କିମ୍ବା ଆନୁସଙ୍ଗିକ ସୁବିଧା ଉପରେ ଧ୍ୟାନ ଦିଅନ୍ତେ । ତେବେ ପୁଣି ଠାରେ ସେମାନେ ଆଗକୁ ବଢିପାରନ୍ତେ ବୋଲି ସେ କହିଛନ୍ତି । ଏନେଇ ସେ ପ୍ରଥମ ଓଡିଶା ସରକାରଙ୍କୁ ଚଠି ଲେଖିଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ସେହିପରି ଟ୍ରାଭେଲ ଏଜେନ୍ସି ଓ ଟୁର ଅପେରଟର ମାନେ ମଧ୍ୟ ଲକଡାଉନରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି । କାରଣ ପର୍ଯ୍ୟଟକମାନଙ୍କ ଯିବା ଆସିବା ଉପରେ କଟକଣା ଲାଗିବ ଦ୍ବାରା ବୁକିଙ୍ଗ ସମ୍ପୂର୍ଣ ଭାବେ ବନ୍ଦ ହୋଇପଡିଛି । ଏହାକୁ ନେଇ ରାଜ୍ୟରେ ଥିବା ୧୫୦ ରୁ ଉର୍ଦ୍ଧ୍ବ ଟ୍ରାଭେଲ ଏଜେନ୍ସି ଏଥିରେ ପ୍ରଭାବିତ ହେଇଛନ୍ତି ।

ଅଣ ଅନୁମୋଦନ ପ୍ରାପ୍ତ ଟ୍ରାଭେଲ ଏଜେନ୍ସି ୫୦୦ ଅଧିକ ରହିଥିବା ବେଳେ ଏମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି ବକିଙ୍ଗକୁ ନେଇ ଏଜେନ୍ସି ଗୁଡିକୁ ୩ ବର୍ଷର କ୍ଷତି ସହିବାକୁ ପଡିଛି । ଆକଳନ ମୁତାବିକ ରାଜ୍ୟ ଅବା ଦେଶ ବାହାରକୁ ୧୦ ରୁ ୧୫ ହଜାର ଲୋକ ବୁଲିବାକୁ ଯାଉଥିବା ବେଳେ ଡୋମେଷ୍ଟିକ ପର୍ଯ୍ୟଟକ ୧ ଲକ୍ଷରୁ ଉର୍ଦ୍ଧ୍ବ ରାଜ୍ୟ ଭିତରେ ଭ୍ରମଣ କରିଥାନ୍ତି ।

ହେଲେ କଟକଣା ଯୋଗୁ କେହି ପର୍ଯ୍ୟଟଙ୍କ ଆଉ ଆସୁନାହାନ୍ତି । ଯାହାକୁ ନେଇ ହାତ ବାନ୍ଧି ବସିଛନ୍ତି ଟୁର ଅପେରଟର । ତେବେ ଜନସାଧାରଣଙ୍କ ସୁରକ୍ଷା ପାଇଁ ସରକାର ନେଇଥିବା ପଦକ୍ଷେପକୁ ହୋଟେଲ ଓ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ ସ୍ବାଗତ କରିଛନ୍ତି । ଏହାସହ ଏହି ବିଭାଗ ପ୍ରତି ସରକାର କୌଣସି ବିକଳ୍ପ ବିଚାର କରି ଏମାନଙ୍କ ଜୀବନ ଓ ଜୀବିକା ପ୍ରତି ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details