ଭୁବନେଶ୍ବର:ଡାକ୍ତରଖାନାରେ ଭର୍ତ୍ତି କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୮ରୁ ୯ ପ୍ରତିଶତ କମିଛି । ଚତୁର୍ଥ ଲହର ଆସିବା ନେଇ ଏବେ କହି ହେବ ନାହିଁ । ତେବେ ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆସନ୍ତା ଏକ ମାସ ମଧ୍ୟରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିବା ଭଳି ଲାଗୁଛି ବୋଲି ସେ କହିଛନ୍ତି ।
ତୃତୀୟ ଲହର ବେଳେ ଆମ ରାଜ୍ୟରେ ୧୫ % ଶିଶୁ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଥିଲା । ହେଲେ କିଛି ଦିନ ପାଇଁ ଏହା ୧୦ ରୁ ୨୮ %କୁ ବୃଦ୍ଧି ପାଇଥିଲା । ମହାମାରୀ ଅନୁସାରେ ସଂକ୍ରମଣ କେତେବେଳେ ବଢିବ କମିବ । ଏହା ଏକ ବାୟୁ ବାହିତ ରୋଗ, ତେଣୁ ଆମେ ସମସ୍ତେ ନିୟମ ମାନିବା ଉଚିତ । ଏହି ସମୟରେ ମାସ୍କ ବ୍ୟବହାର ନିହାତି ଦରକାର । ରାଜ୍ୟରେ ସ୍କୁଲ ଖୋଲିଲାଣି, ଏଣୁ ଅଭିଭାବ ଅଧିକ ଦାୟିତ୍ବବାନ ହେବା ଆବଶ୍ୟକ ।