ଭୁବନେଶ୍ବର: ଆଜି(ଶନିବାର) ଦେଶର ମହାନ ଜନନାୟକ ,ବିଶିଷ୍ଟ ମୁକ୍ତି ସଂଗ୍ରାମର ଯୋଦ୍ଧା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଦିବସକୁ ପରାକ୍ରମ ଦିବସ ଭାବେ ଘୋଷଣା କରାଯାଇଥିବା ବେଳେ ରାଜ୍ୟ ଏନ.ସି.ସି ପକ୍ଷରୁ ଏହି ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି ।
ପରାକ୍ରମ ଦିବସରେ ଏନସିସିର ଘୋଡା ସବାରୀ ରାଲି - ଏନ.ସି.ସି ର ଘୋଡା ସବାରୀ ରାଲି
ଦେଶର ମହାନ ଜନନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଏନସିସି ପକ୍ଷରୁ ଘୋଡ଼ା ସବାରୀ ରାଲି କରାଯାଇଛି । ଅଧିକ ପଢନ୍ତୁ...
ପରାକ୍ରମ ଦିବସରେ ଏନ.ସି.ସି ର ଘୋଡା ସବାରୀ ରାଲି
ଏନସିସି ଘୋଡା ସବାରୀ ବାହିନୀ ପକ୍ଷରୁ OUATରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଯେଉଁଥିରେ 10ଟି ଘୋଡା ସହ 19 ଜଣ କ୍ୟାଡେଟ ଅଂଶଗ୍ରହଣ କରି ନେତାଜୀଙ୍କ ବୀରତ୍ବର ଗାଥା ବିଷୟରେ ପ୍ରଚାର କରିଥିଲେ । ଏହି ଘୋଡା ସବାରୀର ଶୋଭାଯାତ୍ରାକୁ ଲେଫ୍ଟନାଣ୍ଟ କର୍ନେଲ ଏସ.କେ ମିଶ୍ର ପରିଚାଳନା କରିଥିବାବେଳେ ଏଥିରେ ଏନସିସି ର ପୁରାତନ କ୍ୟାଡେଟଙ୍କ ସହ OUATର ଅଧ୍ୟାପକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ