ଭୁବନେଶ୍ବର: ରାଜଧାନୀର ହୁକ୍କା ବାରରେ ଚଢାଉ । ଚନ୍ଦ୍ରଶେଖରପୁର ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଥିବା ଉପରି କିଚେନ ଆଣ୍ଡ କାଫେ ହୁକ୍କା ବାରରେ ଏହି ଚଢାଉ କରାଯାଇଛି । ପୋଲିସ ଉପନୀରିକ୍ଷକ, ଡ୍ରଗ୍ସ ୟୁନିଟ୍, ଅବକାରୀ ନୀରିକ୍ଷକ, ଫରେଷ୍ଟ ଡିପାର୍ଟମେଣ୍ଟ, ଖାଦ୍ୟ ସୁରକ୍ଷା ଅଧିକାରୀ ମିଳିତ ଭାବେ ଏହି ଚଢାଉ କରିଥିଲେ ।
ରାଜଧାନୀର ହୁକ୍କାବାରରେ ଚଢାଉ, ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ - ଉପରି କିଚେନ ଆଣ୍ଡ କାଫେ ହୁକ୍କା ବାରରେ ଚଢାଉ
ରାଜଧାନୀ ଚନ୍ଦ୍ରଶେଖରପୁର ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଥିବା ଉପରି କିଚେନ ଆଣ୍ଡ କାଫେ ହୁକ୍କା ବାରରେ ଚଢାଉ । ପୋଲିସ ଉପନୀରିକ୍ଷକ, ଡ୍ରଗ୍ସ ୟୁନିଟ୍, ଅବକାରୀ ନୀରିକ୍ଷକ, ଫରେଷ୍ଟ ଡିପାର୍ଟମେଣ୍ଟ, ଖାଦ୍ୟ ସୁରକ୍ଷା ଅଧିକାରୀ ମିଳିତ ଭାବେ ଏହି ଚଢାଉ କରିଥିଲେ । ଚଢାଉ ବେଳେ ବାରରୁ ହୁକ୍କା ପାଇଁ ବ୍ୟବହୃତ ବିପୁଳ ପରିମାଣର ନିଶା ସେବନ ସାମଗ୍ରୀ ଜବତ ହୋଇଛି ।
ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର
ଚଢାଉ ବେଳେ ବାରରୁ ହୁକ୍କା ପାଇଁ ବ୍ୟବହୃତ ବିପୁଳ ପରିମାଣର ନିଶା ସେବନ ସାମଗ୍ରୀ ଜବତ ହୋଇଛି । ଏଗୁଡିକର ମାନ ଯାଞ୍ଚ କରାଯାଉଥିବାବେଳେ ବାରର ଟ୍ରେଡ ଲାଇସେନ୍ସ ଅଛି ନାହିଁ ସେ ନେଇ ତଦନ୍ତ ହୋଇଛି । ଯଦି ଜବତ ସାମଗ୍ରୀରେ ନିକୋଟିନ୍ ଥିବା ଜଣାପଡେ ତେବେ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା ଓ ଶତରୂପା ସାମନ୍ତରାୟ, ଇଟିଭି ଭାରତ
Last Updated : Sep 19, 2019, 6:34 PM IST