ଓଡିଶା

odisha

ETV Bharat / city

ରାଜଧାନୀରେ ହୁକ୍କା ବାର ବୃଦ୍ଧି, ମାସେ ଭିତରେ ରିପୋର୍ଟ ମାଗିଲେ ମାନବାଧିକାର ଆୟୋଗ - ରାଜଧାନୀରେ ହୁକା ବାର ବୃଦ୍ଧି

ରାଜଧାନୀରେ ବଢି ଚାଲିଛି ହୁକ୍କା ବାର ଓ ନିଶାକାରବାର । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମାନବାଧିକାର ଆୟୋଗ । ନିଜ ପକ୍ଷରୁ ମାମଲା ଦାୟର କରି ଆରମ୍ଭ କରିଛନ୍ତି ତଦନ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

By

Published : Sep 17, 2019, 12:50 PM IST

ଭୁବନେଶ୍ବର: ରାଜଧାନୀରେ ହୁକ୍କାବାର ଓ ନିଶା କାରବାର ବୃଦ୍ଧି ପାଉଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର ଆୟୋଗ। ନିକଟରେ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟ ମାନବାଧିକାର ଏହାକୁ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି ।

ଏହି ଘଟଣାର ତଦନ୍ତ କରି ଅକ୍ଟୋବର ୨୧ ସୁଦ୍ଧା ରିପୋର୍ଟ ଦେବାକୁ ପୋଲିସ କମିଶନର ଓ ଅବକାରୀ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ ଭାବରେ ରାଜଧାନୀରେ ବୃଦ୍ଧି ପାଉଛି ହୁକ୍କାବାର ଓ ନିଶା କାରବାର। ପୂର୍ବରୁ ବିଭିନ୍ନ ପ୍ରକାରର ହୁକ୍କା ଓ ନିଶା ବେପାର ଉପରେ କଟକଣା କରାଗଲେ ମଧ୍ୟ ଚେତୁ ନାହାଁନ୍ତି ଲୋକେ। ଏପଟେ ଛତୁ ଫୁଟିଲା ଭଳି ରାଜ୍ୟରେ ବିଭିନ୍ନ ସ୍ଥାନରେ ବଢିଚାଲିଛି ଏହି କାରବାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ବିଭିନ୍ନ ବାର ଓ ପାର୍ଲରରେ ଦାମୀ ଦାମୀ ହୁକ୍କା ଉପଲବ୍ଧ ହେବାପରେ ଏଥିରେ ଆକୃଷ୍ଟ ହୋଇ ବାର ଯାଉଛନ୍ତି ଯୁବପିଢି । ଏନେଇ ମଧ୍ୟ ବିଭିନ୍ନ ବାର ହୋଟେଲ ଓ ପାର୍ଲରରେ ବିଭିନ୍ନ ସମୟରେ ଆୟୋଜିତ ହେଉଛି ପାର୍ଟି । ଏହି ସବୁ ଦୃଷ୍ଟିରେ ରଖି ରାଜ୍ୟ ମାନବାଧିକାର ଆୟୋଗ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ କମିଶନର ଓ ଅବକାରୀ କମିଶନରଙ୍କୁ ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ କରିଛନ୍ତି ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାସ।

ଭୁବନେଶ୍ବରରୁ ବିକାଶ ଦାସ ,ଇଟିଭି ଭାରତ

ABOUT THE AUTHOR

...view details