ଓଡିଶା

odisha

ETV Bharat / city

‘କୋରୋନା ପାଇଁ ରହିଛି ହୋମିଓପାଥିକ ପ୍ରତିଶେଧକ’ - କରୋନା ପାଇଁ ହୋମିଓପାଥିକ ପ୍ରତିଶଧକ

ବିଶ୍ବରେ କୋରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଭାଇରସର ପ୍ରତିଶଧକ ପାଇଁ ଏକ ହୋମିଓପାଥି ରହିଛି ବୋଲି ଦାବି କରିଛନ୍ତି  ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଳ କଲେଜ ଓ ହସ୍ପିଟାଲର ଡାକ୍ତର ଡ଼ଃ ରାଜେନ୍ଦ୍ର ଦାସ । ଅଧିକ ପଢନ୍ତୁ...

homiopathic medicine for corona virious
କରୋନା ପାଇଁ ହୋମିଓପାଥିକ ପ୍ରତିଶଧକ

By

Published : Feb 3, 2020, 11:51 PM IST

ଭୁବନେଶ୍ବର: ବିଶ୍ବରେ କୋରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଚୀନରୁ ବ୍ୟାପିଥିବା ଏହି ଭାଇରସ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଭାଇରସର ପ୍ରତିଶଧକ ପାଇଁ ଏକ ହୋମିଓପାଥି ରହିଛି ବୋଲି ଦାବି କରିଛନ୍ତି ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଳ କଲେଜ ଓ ହସ୍ପିଟାଲର ଡାକ୍ତର ।

କରୋନା ପାଇଁ ହୋମିଓପାଥିକ ପ୍ରତିଶଧକ

ତେବେ ଏହି ଭାଇରସ ପାଇଁ କୌଣସି ନିର୍ଦ୍ଧିଷ୍ଟ ମେଡ଼ିସିନ ବହାରି ନଥିବା ବେଳେ ହୋମିଓପାଥିକ ମେଡିସିନ ରହିଛି । ଯାହା ନେଇ କେନ୍ଦ୍ର ସରକାର ନିର୍ଦେଶନାମା ଜାରି କରିଛନ୍ତି, ଯେ ଏହି ଔଷଧ ଖାଇବା ଫଳରେ କୋରୋନା ଭାଇରସ ବ୍ୟାପିବ ନାହିଁ। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟଙ୍କ ଦ୍ଵାରା ଆନୁମୋଦନ ଲାଭ କରିଥିବା ଆରସେନିକ ଆଲବମ-30 କୋରୋନା ଭାଇରସ ପାଇଁ ଏକ ମାତ୍ର ପ୍ରତିଶେଧକ ଔଷଧ ।

ଖାରବେଳ ନଗରସ୍ଥିତ ଡାକ୍ତର ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ଡ଼ଃ ରାଜେନ୍ଦ୍ର ଦାସ ସୂଚନା ଦେଇଛନ୍ତି ଯେ, ଭାରତ ସରକାର ଏହାକୁ ସ୍ବୀକୃତି ଦେଇଥିବା ବେଳେ ରାଜ୍ୟ ସରକାର ଏହି ମେଡିସିନ ବାବଦରେ କୌଣସି ପ୍ରକାର ସ୍ବୀକୃତି ଦେଇନଥିବା କହିଛନ୍ତି।

ଏହି ମେଡ଼ିସିନ 14 ଦିନ ଖାଇବା ଫଳରେ କୋରୋନା ଭାଇରସଟି ନଷ୍ଟ ହୋଇ ଯାଇଥାଏ । ଯାହା ଫଳରେ ରୋଗୀ ସୁସ୍ଥ ରହିଥାଏ । ଯଦି କୌଣସି କାରଣରୁ ଏହି ରୋଗ ଭଲ ନହୁଏ ତେବେ ମେଡିସିନକୁ ଏକ ମାସ ଖାଇବାକୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details